କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
କେନ୍ଦ୍ରାପଡା : କେନ୍ଦ୍ରାପଡା ସହରସ୍ଥ ସାନମଙ୍ଗଳା ଗ୍ରୀସ୍ ପିଲଡ୍ରେ ରାଜ୍ୟସ୍ତରୀୟ ୧୨ତମ ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ରିତ୍ ସାହୁ, ଯୁବନେତା ରାଜେଶ ଦାସ, ଯୁବନେତା ଯଯାତି କେଶରୀ ମହାନ୍ତି, ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା କର, ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୬ଟି ଟିମ୍ ଭାଗ ନେଇଛନ୍ତି । ପ୍ରଥମ ଦିନରେ ଗଣାମହଲ ବାଲାବାବା କ୍ରିକେଟ୍ କ୍ଲବ୍କୁ ମଢିଆଳ ନ୍ୟାସନାଲ କ୍ରିକେଟ୍ କ୍ଲବ ହରାଇ ଫାଇନାଲକୁ ଉନ୍ନିତ ହୋଇଛି । ସେହିପରି ଆଉ ୮ଟି ଟିମ୍ ମଧ୍ୟରେ ଖେଳ ହେବାପରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟକୁ ଜ୍ଞାନ ରାଞ୍ଜନ ଜେନା ଓ ମୁରଲୀଧର ସେଠୀ ଅମ୍ପାୟାର ଭାବେ ଯୋଗଦେଇ ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ବରଦାକାନ୍ତ ବରାଳଙ୍କ ନେତୃତ୍ୱରେ ରାକେଶ ବେହେରା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ, ଶୁଭେନ୍ଦୁ ଦାସ ସ୍କୋରର ଭାବେ କାର୍ଯ୍ୟ କରିଥିଲେ ।