‘କ୍ରୀଡ଼ା ଜୀବନକୁ ଶୃଙ୍ଖଳିତ କରେ’
ପଟ୍ଟାମୁଣ୍ଡାଇ: ସାନ ମୂଳବସନ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱାଦଶ ତମ ବାର୍ଷିକ କ୍ରିଡ଼ା ଉତ୍ସବ ବଡ଼ମୂଳବସନ୍ତ ନିତାଇ ଚୈତନ୍ୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଉଦ୍ୟାପିତ ହୋଇଯାଇଛି । ଉଦ୍ଘାଟନୀ ଉସôବରେ ସ୍କୁଲ ପରିଚାଳନା ସମିତି ସଭାପତି ବାବୁରାମ ସାହୁ ଓ ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ରିଡା ଉସôବରେ ମୁଖ୍ୟଅତିଥି ସରପଞ୍ଚ ସନ୍ତୋଷ କୁମାର ସେଠୀ ଯୋଗଦେଇ ବାର୍ଷିକ କ୍ରୀଡା ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କର କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ବିଦ୍ୟାର୍ଥୀ ମାନଙ୍କୁ ଜୀବନରେ ଶୃଙ୍ଖଳିତ ହୋଇ ଏକାଗ୍ରତାସହ ନିର୍ଦ୍ଧିଷ୍ଟ ଲକ୍ଷରଖି ପାଠ ପଢିଲେ ସବୁ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍ୟାପନ ସମାରୋହରେ ମୁଖ୍ୟଅତିଥିଭାବେ ସରପଞ୍ଚ ଶ୍ରୀ ସେଠୀ ସମ୍ମାନିତ ଅତିଥି ଭାବେ ନିତାଇ ଚୈତନ୍ୟ ହାଇସ୍କୁଲ ପ୍ରଧାନଶିକ୍ଷକ ଦିଲ୍ଲୀପ ବିଶ୍ୱାଳ ଯୋଗଦେଇ ଶିଶୁମାନେ ସ୍କୁଲସ୍ତରରୁ କ୍ରୀଡାପ୍ରତି ମନୋନିବେଶ କରି ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠିତ ହେବାକୁ ଉତ୍ସାହିତ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ସବିତା ପ୍ରଧାନ, ଶୁଚିସ୍ମିତା ଦାଶ, ଲକ୍ଷ୍ମୀପ୍ରିୟା ଦାସ, ଝରଣା ସେଠୀ, ଶିବାନୀ ଦାଶ, ଦିପ୍ତିମୟୀ ବିଶ୍ୱାଳ, ଲିଖିତା ଦାସ, ସୁମିତ୍ରା ଦାଶ, ପ୍ରିୟବ୍ରତ ଦାଶ, ଗୁରୁଜୀ ଗୁରୁମା ଏବଂ ସେବିକା ଜାନକୀ ପଣ୍ଡା ପ୍ରମୁଖ ଏହି କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।