ସାମୟିକ ସ୍ଥାନାନ୍ତର ନିଷ୍ପତି; କର୍ତ୍ତୃପକ୍ଷ
ଫେରୋକ୍ରାମ ବିଦ୍ୟାଳୟ ସ୍ଥାନାନ୍ତାର ପ୍ରସଙ୍ଗରେ ସୃଷ୍ଟି ଦ୍ୱନ୍ଦ ଏବଂ କମିଟି ପକ୍ଷରୁ କରାଯାଇଥିବା ଅଭିଯୋଗକୁ ନେଇ କାରଖାନା କର୍ତ୍ତୁପକ୍ଷଙ୍କ ମତାମତ ନେବା ବେଳେ ବିଦ୍ୟାଳୟ ସାମୟିକ ସ୍ଥାନାନ୍ତର ନିଷ୍ପତି ହୋଇଥିବା କଥା କହିଥିଲେ । କର୍ତ୍ତୃପକ୍ଷଙ୍କ କହିବା କଥା ବର୍ତମାନ ବିଦ୍ୟାଳୟର ଅବସ୍ଥାକୁ ଅନୁଧ୍ୟାନ କରି କେବଳ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି, ବିଦ୍ୟାଳୟକୁ ୨୦୦ ମିଟର ଦୂରରେ ଅବସ୍ଥିତ ଏକ ପ୍ରକୁଷ୍ଠକୁ ସାମୟିକ ଭାବେ ସ୍ଥାନାନ୍ତର କରିବାର ନିଷ୍ପତି ଗ୍ରହଣ କରାଯାଇଛି । ଖଣି ନିଗମ ଏନେଇ ଶୂନ୍ୟ ସହନଶୀଳତା ଦୃଷ୍ଟିକୋଣରୁ ସୁରକ୍ଷାକୁ ସର୍ବାଗ୍ରେ ଗୁରୁତ୍ୱ ଦେଉଛି । ଦୁଇଟି କକ୍ଷରେ ସାତ ଗୋଟି ଶ୍ରେଣୀ ଶିକ୍ଷାଦାନ ସମ୍ଭବ ପର ନୁହଁ । ବିଦ୍ୟାଳୟର ଏପରି ଅବସ୍ଥାରେ ତୁରନ୍ତ ସ୍ଥାନାନ୍ତର କରିବାକୁ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏସମ୍ପର୍କରେ ବିଇଓ, ଡ଼ିଇଓ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗରଙ୍କୁ ଅବଗତ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା, ସୁରକ୍ଷାକୁ ନେଇ ଦୂରତା ସୃଷ୍ଠି ହେବାରେ ଲାଗିଛି । ଯାହା କରିବା ଗ୍ରହଣୀୟ ନୁହେଁ । ବିଦ୍ୟାଳୟ ବନ୍ଦ କରିବା ନିଷ୍ପତି ସମ୍ପର୍କରେ ଏଯାବତ୍ କୌଣସି ନିଷ୍ପତି ହୋଇନାହିଁ । ତେଣୁ ଅସୁରକ୍ଷିତ ଅବସ୍ଥାରେ ସ୍କୁଲ ପରିଚାଳନାର ବିପଦକୁ ସମସ୍ତେ ବିଚାରକୁ ନିଅନ୍ତୁ ବୋଲି ଦୃଦୋକ୍ତି ପ୍ରକାଶ କରିଥିଲେ । ଖଣି ନିଗମ ସହ ଉତମ ସମନ୍ୱୟ ରକ୍ଷା କରି ତୁରନ୍ତ ସ୍କୁଲ୍ ସ୍ଥାନାନ୍ତର କରିବାକୁ ସହଯୋଗ କରିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।