କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

 ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା ଏବଂ ଖଡ଼ିକାପଦା କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି  । ବିଭିନ୍ନ ବିଦ୍ୟାଳୟର ଏଫଏଲଏନ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।  ଖଡିକାପଦା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ଖଡ଼ିକାପଦା ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳାକୁ ସିଆରସିସି ସତ୍ୟ ରଞ୍ଜନ ରାଉତ, ଅଁଳା ସରପଞ୍ଚ ସ୍ୱପ୍ନା ସିଂ, ଖଡ଼ିକାପଦା ସରକାରୀ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟର ସଭାପତି ରତିକାନ୍ତ ଦାସ ପ୍ରଧାନଶିକ୍ଷକ ହରେନ୍ଦ୍ର ଭୂୟାଁ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହିଥିଲେ । ଉଦଯାପନୀ ସମାରୋହରେ ଅକ୍ଷରା ଫାଉଂଡେସନର ଜିଲ୍ଲା ସଂଯୋଜକ ମନୋଜ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ମାର୍ଗଦର୍ଶନ କରି ବ୍ଲକ ପାଇଁ ପ୍ରକଳ୍ପ ବାଛିଥିଲେ । ଶେଷରେ ଭୋଳାଗଡିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗନ୍ଧମାର୍ଦ୍ଧନା ଦେହୁରୀ ଧନ୍ୟବାଦ ଦେଇ ସଭାକର୍ଯ୍ୟକୁ ସାଙ୍ଗ କରିଥିଲେ  । ଅନୁରୂପ ଭାବେ ବୈଶିଙ୍ଗା ସରକାରୀ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟରେ  ବୈଶିଙ୍ଗା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଥିଲ । ଏହି କାର୍ଯ୍ୟକ୍ରମକୁ  ସିଆରସିସି ମୀନକେତନ ସ୍ୱାଇଁ ଓ ବୈଶିଙ୍ଗା ସରକାରୀ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ପ୍ରଧାନ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କ୍ଲଷ୍ଟର ଅନ୍ତର୍ଗତ ୧୧ ଟି ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ  ।  ଉଦଯାପନୀ ସମାରୋହ ରେ ଅକ୍ଷରା ଫାଉଂଡେସନ ର ଜିଲ୍ଲା ସଂଯୋଜକ ମନୋଜ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ମାର୍ଗଦର୍ଶନ କରି ବ୍ଲକ ପାଇଁ ବିଭିନ୍ନ ପ୍ରକଳ୍ପ ବାଛିଥିଲେ  ।