କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

 ପାଳଲହଡା: ପାଳଲହଡା ବ୍ଳକ ଜମରା ସହରସାହି ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଥିଲା । ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଏହି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାନନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଡାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁମିତ୍ରା ପାତ୍ର ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଳଲହଡା ପଞ୍ଚାୟତ ସମିତି ଅଧକ୍ଷା ରୀନା ରାଣୀ ନାଏକ ଯୋଗ ଦେଇଥିବାବେଳେ, ମୁଖ୍ୟବକ୍ତା ଭାବେ ବଡିବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ନାୟକ, ସଂମ୍ମାନୀତ ଅତିଥି ଭାବେ ନମ୍ପସି ପଞ୍ଚାୟତ ସରପଞ୍ଚ ଫୁଲନ ପାତ୍ର, ଯୁବ ସାମ୍ବାଦିକ ଦିଲ୍ଲିପ ବିଶ୍ୱାଳ, ବିଦ୍ୟାଳୟର ସଭାପତି ବୁଧୁରାମ ପୂର୍ତ୍ତି, ସମିତିସଭ୍ୟା ଅଞ୍ଜଳି ନାଏକ ନାଏବ ସରପଞ୍ଚ ଚନ୍ଦ୍ରମଣି ପ୍ରଧାନ ଓ କନ୍ତଳା ସାଧନା କେନ୍ଦ୍ରର ସିଆରସିସ କିଶୋର ନାୟକ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ କଷ୍ଟର ସିଆରସିସି ଶ୍ରୀ ନାୟକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ କଷ୍ଟର ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।