କ୍ଷତ୍ରୀୟ ସମାଜର ନୂଆଖାଇଁ ଭେଟ୍ଘାଟ 

ନୂଆପଡ଼ା :  ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ଭବନ ପରିସରରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ନୂଆଁଖାଇ ଭେଟ୍ଘାଟ ଅନୁଷ୍ଠିତ ହୋଇଯାଇଛି । ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ସିଂ ଦେଓ, ସମ୍ମାନିତ ଅତିଥି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, କଳାହାଣ୍ଡି ପୂର୍ବତନ ସାଂସଦ ଅର୍କକେଶରୀ ସିଂ ଦେଓ, ନୂଆପଡା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ବିଜେପି ଯୁବ ମୋର୍ଚ୍ଚା ଓବିସି ସେଲ ଜିଲ୍ଲା ସଭାପତି ଅଜିତ କିଶୋର ଚଳାନ, ବିଜେପି ନେତା ବିକ୍ରମ ସିଂ ମାଝୀ ଯୋଗଦାନ କରି ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗଠକ ପରମେଶ୍ୱର ବାରିକ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବାବେଳେ ମୁଖ୍ୟ ସଂପାଦକ ଦିଲ୍ଲୀପ କୁମାର ନାଏକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଡ.ସୁଶାନ୍ତ କୁମାର ବିଶି ଓ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ସାଂସ୍କୃତିକ ସଂପାଦକ ଅଶୋକ କୁମାର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ସୁନୀଲ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସମ୍ପାଦକ ଘୁମେଶ ଚଲାନ, କୋଷାଧ୍ୟକ୍ଷ ଶ୍ରୀବତ୍ସ ବାରିକ, ଯୁଗ୍ମ ସଂଗଠକ ଜଗଦିଶ ବାରିକ, ପରାମର୍ଶଦାତା ଜିତେନ୍ଦ୍ର ସିଂ ବାରିକ, ଜ୍ଞାନ ପ୍ରକାଶ ସିଂ, ନନ୍ଦଳାଲ ବାରିକ, ବିଜୟ ପ୍ରତାପ ସିଂ ମହାରଥା, ଅଶ୍ୱିନୀ କୁମାର ପ୍ରଧାନୀ, ମହେଶ୍ୱର ପ୍ରସାଦ ବାରିକ, ରମଣସିଂ ବାରିକ ବଳଦେବ ରାଉତ, ଖରତ ଚନ୍ଦ୍ର ବାରିକ, ପ୍ରମୋଦ କୁମାର ଦଣ୍ଡସେନା, ହରି ପଣ୍ଡା, ଭୁରିଶ୍ରବା ବିଶି, ତୁଳ ସାଗର ରାଉତ, ହରି ସିଂ ବାରିକ, ବୃନ୍ଦାବନ ବାରିକ, ନନ୍ଦକିଶୋର ପ୍ରଧାନୀ, ତୁମେଶ୍ୱର ଚଳାନ, ଛନ୍ଦା ଚରଣ ଦଣ୍ଡସେନା, ଅଶୋକ କୁମାର ରାଉତ, ଲଛିନ୍ଦ୍ର ଚଳାନ ଦୟାନିଧି ଚଳାନ, ରୁଦ୍ର ମାଧବ ବାରିକ, ରତନ ସିଂ ବାରିକ, ପ୍ରଦୀପ କୁମାର ଦଣ୍ଡସେନା, ଉମାକାନ୍ତ ରାଉତରାୟ, ତୀର୍ଥବାସୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ୩୦ଟି ଅଞ୍ଚଳରୁ ସଭାପତି, ଉପସଭାପତି, ସମ୍ପାଦକ, ସହସମ୍ପାଦକ, କୋଷଧ୍ୟକ୍ଷ, କେନ୍ଦ୍ର ସଦସ୍ୟ, ପରାମର୍ଶଦାତା ଓ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିବାବେଳେ ବହୁ ସଂଖ୍ୟାରେ ମହିଳାମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ଯୁବ କ୍ରୀଡା  ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।