କ୍ୟାପଟେନ ପଲିପ୍ଲାଷ୍ଟ ପ୍ରଥମ ତ୍ରୟମାସରେ ୫୧% ବୃଦ୍ଧି ଘଟିଛି
ଭୁବନେଶ୍ୱର : କ୍ୟାପ୍ଟେନ ପଲିପ୍ଲାଷ୍ଟ ଲିମିଟେଡ, (ସିପିଏଲ୍)କ୍ଷୁଦ୍ର ଜଳସେଚନ ସମାଧାନର ଏକ ଅଗ୍ରଣୀ ନିର୍ମାତା, ରପ୍ତାନିକାରୀ, ଏବଂ ଏହାର କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସୌର ଇପିସି ସେଗମେଂଟ୍ରେ ବିବିଧତା ଆଣିଛି । କମ୍ପାନୀ ଆର୍ଥôକ ବର୍ଷ ୨୦୨୬ର ପ୍ରଥମ ତ୍ରୟମାସ ପାଇଁ ଏକକ ନିଟ୍ ଲାଭରେ ବାର୍ଷିକ ୫୧% ବୃଦ୍ଧି ଘଟିଛି । କ୍ୟାପ୍ଟେନ ପଲିପ୍ଲାଷ୍ଟ ଲିମିଟେଡର ପୂର୍ଣ୍ଣକାଳୀନ ନିଦେ୍ର୍ଧଶକ ରିତେଶ ଖିଚାଡିଆ କହିଛନ୍ତି ଯେ “ଆମେ ନୂତନ ଆର୍ଥôକ ବର୍ଷକୁ ଦୃଢ ଭାବରେ ଆରମ୍ଭ କରିଛୁ, ରଣନୈତିକ ପ୍ରାଥମିକତା ମଧ୍ୟରେ ଅଗ୍ରସର ହୋଇଛୁ ଏବଂ ଆମର ଅଭିବୃଦ୍ଧି ଧାରାକୁ ବଜାୟ ରଖିଛୁ । ଆମେ ଇବିଆଇଟିଡିଏ ମାର୍ଜିନରେ ସମ୍ପ୍ରସାରଣ ସହିତ ବାର୍ଷିକ ୭% ରାଜସ୍ୱ ଅଭିବୃଦ୍ଧି ରେକର୍ଡ କରିଛୁ ଯାହା ଫଳରେ ବାର୍ଷିକ ୫୧% ନିଟ୍ ଲାଭ ଅଭିବୃଦ୍ଧି ଘଟିଛି ।” ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ଟ ବିଜୁଳି ଯୋଜନା ଏବଂ ପ୍ରତି ବୁନ୍ଦା ଅଧିକ ଫସଲ ଭଳି ପଦକ୍ଷେପ ମାଧ୍ୟମରେ ଶିଳ୍ପଜଗତ ସୁଦୃଢ ହେଉଥିବାରୁ ଉଭୟ ସୌର ଇପିସି ଏବଂ କ୍ଷୁଦ୍ର ଜଳସେଚନ ବ୍ୟବସାୟରେ ଆମର ଦୃଢ ଚାହିଦା ଦେଖିବାକୁ ମିଳୁଛି । ଆବାସିକ ଛାତ ଉପରେ ସୌର ଗ୍ରହଣ ତ୍ୱରାନ୍ୱିତ ହେଉଛି ଏବଂ କୃଷକମାନେ ଆଧୁନିକ ଜଳସେଚନ ଜ୍ଞାନକୌଶଳ ପ୍ରତି କ୍ରମାଗତ ଭାବରେ ଆକୃଷ୍ଟ ହେଉଛନ୍ତି ଯାହା ସିଧାସଳଖ ଆମର ଶକ୍ତି ସହିତ ଖେଳୁଛି ।