ଖାଉଟି ଅଦାଲତରେ ତହସିଲଦାର ଦଣ୍ଡିତ

ନୂଆପଡା: ନୂଆପଡା  ଜିଲ୍ଲା ଖଡ଼ିଆଳ ତହସିଲରେ ନିର୍ଦ୍ଧାରିତ ଅବଧିରେ ଜମିରେ ଜମିପଟ୍ଟା ପ୍ରଦାନ କରୁନଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ ଜିଲ୍ଲା ଖାଉଟି ଅଦାଲତ ଖଡ଼ିଆଳ ତହସିଲଦାରଙ୍କୁ ଦଣ୍ଡିତ କରିଛନ୍ତି ।ଗତ ୨୦୨୩ ଜୁଲାଇ ୨୦ରେ ଖଡ଼ିଆଳ ତହସିଲ ଅଧିନ ସୁନାରିସିକୁଆଁ ପରମେଶ୍ୱର ବାରିକ ପ୍ରଭଞ୍ଜନ ଠାକୁରଙ୍କଠାରୁ ଇ-ରେଜିଷ୍ଟ୍ରେସନ ମାଧ୍ୟମରେ ଜମି କିଣିଥିଲେ  । ଅଗଷ୍ଟ ୨୫ରେ ସ୍ପିଡପୋଷ୍ଟ ମାଧ୍ୟମରେ ଜମିପଟ୍ଟା ପ୍ରଦାନ ହୋଇଥିବା ତହସିଲଦାରଙ୍କ ଠାରୁ ଆଭାସୀ ସୂଚନା ପାଇଥିଲେ   । ଜମି ପଞ୍ଜୀକରଣ ସମୟରେ ସରକାରୀ ଫି ସହ ପୋଷ୍ଟାଲ ଫି ଦେଇଥିଲେ ବି ଅହେତୁକ ବିଳମ୍ବ ହୋଇଥିଲା  । କିନ୍ତୁ ହିତାଧିକାରୀଙ୍କୁ ଜମିପଟ୍ଟା ମିଳିନଥିଲା । ଅକ୍ଟୋବର ୧୧ରେ ପଟ୍ଟା ପ୍ରେରଣ କରିବାରୁ ଅକ୍ଟୋବର ୧୮ରେ ହିତାଧିକାରୀ ଜମିପଟ୍ଟା ପାଇଥିଲେ  । ଏନେଇ ହିତାଧିକାରୀ ଜଣକ ଅସନ୍ତୋଷ ଜାହିରକରି ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ  । ଖାଉଟି ଅଦାଲତର ନୋଟିସ ପାଇ ସରକାରୀ ଓକିଲ ତ୍ରିଲୋକ ଚାନ୍ଦ ସୋନୀ ଜବାବ ଦାଖଲ କରିଥିଲେ । ତହସିଲଦାର ସରକାରଙ୍କ ଜଣେ ଏଜେଣ୍ଟ, ସେ ଲାଭ ପାଇଁ କୌଣସି ବ୍ୟବସାୟ କରୁନାହାନ୍ତି । ଅଭିଯୋଗକାରୀ ଅପରପକ୍ଷଙ୍କ ଖାଉଟି ନୁହନ୍ତି । ଏଣୁ ଅଭିଯୋଗକୁ ରଦ୍ଦ କରିବାକୁ ସରକାରୀ ଓକିଲ ଶ୍ରୀ ସୋନୀ ଯୁକ୍ତି ଉପସ୍ଥାପନ କରିଥିଲେ । ଖାଉଟି ଅଦାଲତ ଅଧ୍ୟକ୍ଷ ପୂର୍ଣଚନ୍ଦ୍ର ମିଶ୍ର ଓ ସଦସ୍ୟ ହଳଧର ପଧାନଙ୍କ ଖଣ୍ଡପିଠ ମାମଲାର ବିଚାର କରିଥିଲେ  । ୨୦୨୧ ମାର୍ଚ୍ଚ ୨୪ରେ ସରକାରଙ୍କ ନିଦେ୍ର୍ଦଶାବଳୀ ସଂଖ୍ୟା ୧୦୧୮୬ରେ ଆରଏଣ୍ଡ ଡିଏମଙ୍କ ନିଦେ୍ର୍ଦଶନାମାକୁ ଖଡ଼ିଆଳ ତହସିଲଦାର ସମ୍ପୂର୍ଣ ଉଲଂଘନ କରିଛନ୍ତି । ଅଭିଯୋଗକାରୀ ମୁ୍ୟଟେସନ ଫି ଜମା କରିଥିବାରୁ ସମ୍ପୃକ୍ତ ତହସିଲଦାର ସେବା ପ୍ରଦାତା ରୂପେ ଗଣ୍ୟହେବ । ଏଥିରେ ଖାଉଟିଙ୍କୁ ସେବା ପ୍ରଦାନରେ ଅବହେଳା ଓ ନିର୍ଯାତନା ଦେଇଥିବା ଦାୟୀ କରିଥିଲେ । ଏଣୁ ଅଭିଯୋଗକାରୀଙ୍କୁ ଅବହେଳା ଓ ନିର୍ଯାତନା ଦେଇଥିବାରୁ କ୍ଷତିପୂରଣ ବାବଦରେ ୨୦ ହଜାର ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ବାବଦକୁ ୫ହଜାର ଟଙ୍କା ଆଦେଶ ପାଇବାର ୩୦ ଦିନ ଭିତରେ ପ୍ରଦାନ କରିବାକୁ ଖଡ଼ିଆଳ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଆଦେଶକୁ ନିର୍ଦ୍ଧାରିତ ସମୟରେ ପ୍ରଦାନ ନକଲେ ଅତିରିକ୍ତ କ୍ଷତିପୂରଣ ୈନିକ ଶହେଟଙ୍କା ହେବ ବୋଲି ନିଦେ୍ର୍ଦଶନାମା ଜାରି କରିଛନ୍ତି । ଖଡ଼ିଆଳ ତହସିଲଦାରଙ୍କ ସପକ୍ଷରେ ସରକାରୀ ଓକିଲ ଶ୍ରୀ ସୋନୀ ପରିଚାଳନା କରିଥିଲେ  ।