ଖାଦ୍ୟ ସୁରକ୍ଷା ସମ୍ପର୍କିତ ବୈଠକ

  କେନ୍ଦ୍ରାପଡା : ରାଜ୍ୟ ଖାଦ୍ୟ ସୁରକ୍ଷା ବିଭାଗ ସଚିବଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ବିକ୍ରି ହେଉଥିବା ଖାଦ୍ୟ ଗୁଡିକର ମାନ ନିର୍ଦ୍ଧାରଣ ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶିଶୁମାନଙ୍କୁ ଦିଆ ଯାଉଥିବା ଅଣ୍ଡା, ଛତୁଆ ଓ ଶୁଖିଲା ଖାଦ୍ୟ ଗୁଡିକରମାନ ତଥା ସାଧାରଣ ଲୋକେ ବ୍ୟବହାର କରୁଥିବା ପ୍ୟାକେଟ୍ ଖାଦ୍ୟ ଗୁଡିକର ବ୍ୟବହାର ସଂପର୍କରେ ଅଙ୍ଗନବାଡି କର୍ମୀମାନଙ୍କୁ ତାଲିମ ଦିଆଯାଇଛି । କଲିକତାର ଏଫ୍ଏସ୍ଏସ୍ଏଆଇର ଟ୍ରେନର ଜୟଦେବ ବାସୁ ତାଲିମ ପ୍ରଦାନ କରି ପ୍ରକାଶ କରିଥିଲେ ଯେ, ଖାଦ୍ୟ ସୁରକ୍ଷା ନିରାପତା ପାଇଁ ଜନ ସଧାରଣ କୈାଣସି ଖାଦ୍ୟ ଓ ପ୍ୟାକେଟ୍ ଖାଦ୍ୟ କିଣିବା ବେଳେ ଏହାର ବ୍ୟବହାର ଅବଧି, ନିର୍ମାଣ ଅବଧି ଓ ପ୍ୟାକେଟ୍ ରେ ଲେଖା ଯାଇଥିବା ସାମଗ୍ରୀର ତଥ୍ୟ ସଂପର୍କରେ ଜାଣିବା ନିହାତି ଜରୁରୀ । ଉତ୍ସର୍ଗ ସ୍ୱଚ୍ଛାସେବୀ ଅନୁଷ୍ଠାନ ଓ ଫାଷ୍ଟଟେକ ସହଯୋଗୀ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରିତୀଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଏସଡବ୍ଲୁଓ ମନୋରମା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ ପ୍ରହରାଜ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।