୩ବର୍ଷରେ ୨୩୩ ପ୍ରବାସୀ ଓଡ଼ିଶା ଶ୍ରମିକଙ୍କ ମୃତୁ୍ୟ

 ଭୁବନେଶ୍ୱର: ରାଜ୍ୟରୁ ବାହାରକୁ କାମ କରିବାକୁ ପ୍ରାୟ ୨୩୩ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଅକଳ ମୃତୁ୍ୟ ହୋଇଛି । ବିଗତ ୩ ବର୍ଷରେ ଅର୍ଥାତ୍ ୨୦୨୨ରୁ ଏଯାବତ୍ ୨୩୩ ଜଣଙ୍କ ମୃତୁ୍ୟ ହୋଇଛି । ସରକାରଙ୍କ ପକ୍ଷରୁ ୧୯୯ ଜଣଙ୍କ ମରଶରୀରକୁ ସେମାନଙ୍କ ନିଜ ଗାଁକୁ ଅଣାଯାଇ ଶେଷକୃତ୍ୟ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏ ବାବଦରେ ସରକାରଙ୍କ ତରଫରୁ ୨୪,୧୬,୬୦୪ ଟଙ୍କା ଖର୍ଚ୍ଚ କରାଯାଇଛି । ଗୃହରେ ସୌଭିକ ବିଶ୍ୱାଳଙ୍କ ରାଜ୍ୟରୁ ବାହାର ରାଜ୍ୟ ଓ ବାହାର ପ୍ରଦେଶକୁ ଯାଇ କାମ କରୁଥିବା କେତେ ଜଣ ଶ୍ରମିକ ଅକାଳ ମୃତୁ୍ୟ ହୋଇଛି ପ୍ରଶ୍ନରେ ଏହା ପ୍ରକାଶ କରିଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।