ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ
ଟାଙ୍ଗୀ-ଚୌଦ୍ୱାର : ଟାଙ୍ଗୀ ଚୌଦ୍ୱାର ବ୍ଲକ କହ୍ନେଇପୁର ପଞ୍ଚାୟତ ଆଞ୍ଜୁଆ ଗ୍ରାମସ୍ଥ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ବନ୍ଦନା କଳାନିକେତନର ୧୨ ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ର ସମ୍ପାଦକ ଗଙ୍ଗାଧର ବେହେରାଙ୍କ ପୌରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଟେଟ୍ରାହେଡ୍ରନ ଶିକ୍ଷା ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ତ୍ରିଦେବ ବେହେରା, ମୂଖ୍ୟବକ୍ତା ପ୍ରାକ୍ତନ ସରପଞ୍ଚ ସୁବୋଧ କୁମାର ସାମଲ, ସମ୍ମାନିତ ଅତିଥି ଭାବେ ସମାଜସେବୀ ନିର୍ମଳେନ୍ଦୁ ଗୁପ୍ତା, ଧନେଶ୍ୱର ନାୟକ, ଦିପ୍ତିକାନ୍ତ ସ୍ୱାଇଁ,ଶାଳଗାଁ ପଞ୍ଚାୟତ ସରପଞ୍ଚ ପବିତ୍ର ମୋହନ ଉପାଧ୍ୟାୟ, ଗରୁଡ଼ଗାଁ ପଞ୍ଚାୟତ ସରପଞ୍ଚ ଦିପ୍ତିମୟୀ ବେହେରା, ସଫା ସରପଞ୍ଚ ନିବାସ ଚନ୍ଦ୍ର ପାଣ୍ଡବ, କରଞ୍ଜି ପଞ୍ଚାୟତ ସରପଞ୍ଚ ମହେଶ୍ୱର ମହାନ୍ତ ପ୍ରମୁଖ ଯୋଗଦାନ କରି ଶ୍ରୀ ଅରବିନ୍ଦଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିବାସହ ଶିକ୍ଷା କେନ୍ଦ୍ରର ବିକାଶ ନିମନ୍ତେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ଅତିଥିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ପାଦକ ଶ୍ରୀ ବେହେରା ସମ୍ମାନିତ କରିଥିଲେ । ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ଶ୍ରଦ୍ଧାଞ୍ଜଳୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସଦସ୍ୟ ସୁବାଷ ଚନ୍ଦ୍ର ବେହେରା, ମଧୁସୂଦନ ସାହୁ, ଋଷ୍ୟାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଓ ଅବିଭାବକ ପ୍ରମୁଖ ସହଯୋଗ କରିଥିଲେ ।