ଜିତେନ୍ ବରାଳ ସ୍ମାରକୀ ଭଲିବଲ୍
ନିମାପଡ଼ା : ପ୍ରଥମ ଜିତେନ୍ ବରାଳ ସ୍ମାରକୀ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ନିମାପଡା ଆଥ୍ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ବାରବାଟୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପୁରୀ କ୍ଲବ ପୁରୀ, କ୍ରୀଡା ଛାତ୍ରାବାସ ଭୁବନେଶ୍ୱର ରେନବୋ କ୍ଲବ୍ ଭୁବନେଶ୍ୱର ଓ ପୁଲିସ ଟିମ୍ ଭୁବନେଶ୍ୱର ଭଳି ୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ ପୁରୀ କ୍ଲବ ପୁରୀ ଓ ରେନବୋ କ୍ଲବ ଭୁବନେଶ୍ୱର ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ୍ରେ ପୁରୀ କ୍ଲବ ୨.୦ରେ ରେନବୋ କ୍ଲବ୍କୁ ପରାସ୍ତ କରି ପ୍ରଥମ ଜିତେନ୍ ବରାଳ ସ୍ମାରକୀ ଟ୍ରଫି ଜିତି ନେଇଥିଲା । ଏହି ପ୍ରତିଯୋଗିତାରେ ମ୍ୟାଚ୍ ରେଫରୀ ଭାବେ ବିଦୁ୍ୟତ ଭୂଷଣ ରଥ, ଶ୍ରୀକାନ୍ତ ନାୟକ, ସୁବଦ୍ଧ କୁମାର ଜେନା ଓ ଦେବେନ୍ଦ୍ର କୁମାର ସେଠି ଖେଳକୁ ସଠିକ ଭାବେ ପରିଚାଳନା କରିଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରୀ କ୍ଲବ୍ର ସିଦ୍ଧାନ୍ତ ପ୍ରଧାନ, ବେଷ୍ଟ ସେଟର ରାଜ କିଶୋର ହୋଇଥିବା ବେଳେ, ରେନବୋ କ୍ଲବ ଭୁବନେଶ୍ୱରର ବେଷ୍ଟ ଆଟାକର ଶୁକଦେବ ବାରିକ, ବେଷ୍ଟ ଲିବେରୋ ରଶ୍ମିରଞ୍ଜନ ପ୍ରଧାନ ହୋଇଥିଲେ । ପୂର୍ବତନ ଭଲି ଖେଳାଳି ସରାଫତ ଅଲ୍ଲୀଖାନ, ଭବାନୀ ଶଙ୍କର ଆଚାର୍ଯ୍ୟ, ସରୋଜ କୁମାର ଦାଶ, ବିଦ୍ୟାଧର ମଙ୍ଗରାଜ, ଜୟନ୍ତ କୁମାର ନାୟକ, ସୁବଦ୍ଧ କୁମାର ଜେନା, ବିଚିତ୍ରାନନ୍ଦ ପାତ୍ର, ଦେବେନ୍ଦ୍ର କୁମାର ସେଠି, ପ୍ରେସ୍ କ୍ଲବ ସଭାପତି ଅକ୍ଷୟ ବେହେରାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜୀବନାନନ୍ଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଶିକ୍ଷାବିତ୍ ଜଗତ ପ୍ରସାଦ ସାବୁତ୍, ଧିରେନ ବରାଳ, ଅଜୟ ତ୍ରିପାଠୀ, ସୁର୍ଦ୍ଦଶନ ପଟ୍ଟନାୟକ ଓ ମହେନ୍ଦ୍ର ସିଂ ଭାଟିଆ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ଆଲୋକ ଛୋଟରାୟ, ପ୍ରିୟାଂଶୁ ମହାପାତ୍ର, ଅମରଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।