ଜବରଦଖଲରେ ସହରର ଅନେକ ଡ୍ରେନ୍
ଜଟଣୀରୁ ଦେବପ୍ରସାଦ ଦାଶ
ବର୍ଷାରୁତୁ ଆସିଲେ ମନେପଡେ ନର୍ଦ୍ଦମା ସଫେଇ । ଜବରଦଖଲରେ ସହରର ଅନେକ ଡ୍ରେନ । ରାଜଧାନୀ ଉପକଣ୍ଠସ୍ଥ ଜଟଣୀ ସହରର କଳେବର ୨୩ ଗୋଟି ୱାର୍ଡକୁ ନେଇ ଗଠିତ । ରେଳବାଇର ଇଲାକାରେ ୭ ଗୋଟି ୱାର୍ଡ ଅବସ୍ଥାପିତ ହୋଇଥିବା ବେଳେ ବାକି ୧୬ ଟି ୱାର୍ଡ ପୌରପାଳିକା ଦ୍ୱାରା ପରିଚାଳିତ ହୋଇଥାଏ । ତେବେ ବର୍ଷ ବର୍ଷ ଧରି ପ୍ରଶାସନର ଅବହେଳା ତଥା ହୀନ ରାଜନୈତିକ ଚାପରେ ସ୍ଥାଣୁତା ଯୋଗୁଁ ଏହି ସବୁ ୱାର୍ଡÿ ମାନଙ୍କରେ ଥିବା ଅନେକ୍ ଡ୍ରେନ୍ ଗୁଡିକୁ ଅବରୋଧ କରାଯିବା ସହ ତା ଉପରେ ବେଆଇନ୍ ନିର୍ମାଣ କରାଯାଇଥିବା ସାଧାରଣରେ ଅଭିଯୋଗ ହେଉଛି । ଜେଏମସିର ଇଛାଶକ୍ତିର ଅଭାବ ହେଉ ବା ପ୍ରିୟାପ୍ରୀତି ଯୋଗୁଁ ପ୍ରତିବର୍ଷ ବର୍ଷାଦିନେ ସହରବାସୀ ଜଳବନ୍ଦୀ ସମସ୍ୟାରେ ଘାଣ୍ଟି ହେବା ଭଳି ପରିସ୍ଥିତି ସୃଷ୍ଟି ହୁଏ । ଏହାର ମୁଖ୍ୟ କାରଣ ହେଉଛି ଅଧିକାଂଶ ଡ୍ରେନ୍ ଉପରେ ଦୋକାନ ବଜାର ଓ ତା ଆଗରେ ବେଆଇନ୍ ପାର୍କିଂ ସ୍ଥାନ ତିଆରି ହେବା ଦ୍ୱାରା ଜନସାଧାରଣଙ୍କ ଯାତାୟତରେ ଅସୁବିଧା ହେବା ସହିତ ରାସ୍ତାର ପ୍ରଶସ୍ତୀକରଣ କମି ଏହା କଡ଼ ମାନଙ୍କରେ ଆବର୍ଜନା ଜମି ରହିବା ଯୋଗୁଁ ସଫେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁନାହିଁ । ଅନ୍ୟପକ୍ଷରେ ଜେଏମସି ଲୋକ ଦେଖାଣିଆ ଭାବେ କେତେକ ସ୍ଥାନରେ ଜବର୍ ଦଖଲ ହଟାଇ ନିଜ ଦାୟିତ୍ୱ ଶେଷ କରୁଥିବା ବେଳେ ଏଭଳି ବେପରୁଆ କାର୍ଯ୍ୟ ପାଇଁ ଲଗାଣ ବର୍ଷାରେ ଉଦବୃତ୍ତ ନର୍ଦ୍ଦମା ଜଳର ପ୍ରବାହ ଘର ମାନଙ୍କ ମଧ୍ୟକୁ ପ୍ରବେଶ କରୁଛି କ୍ଷ ଡ୍ରେନ୍ ଉପର ଅବରୋଧ ଦିନକୁଦିନ ବଢିବାରେ ଲାଗି କେଉଁଠି ଇଟା କାନ୍ଥ,କେବିନ ତ କେଉଁଠି ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ କରାଯାଉଥିଲେ ମଧ୍ୟ ପୌର କର୍ତ୍ତୁପକ୍ଷ ଏସବୁ ଘଟଣାକୁ ଅଣଦେଖା କରିଚାଲିଛନ୍ତି କ୍ଷ ଅପରପକ୍ଷେ ରାଜା ବଜାର୍ ଏରିଆ, ମୁ୍ୟନିସିପାଲଟି ସମ୍ମୁଖରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ,ଥାନାକଡ଼, ବାଛରାପାଟଣା, ବାଲିଛକ ସାହି ଓ ଗଜପତି ନଗର୍ ଆଦି ଅଞ୍ଚଳରେ ଡ୍ରେନ୍ ଉପରେ ସ୍ଥାୟୀ ନିର୍ମାଣ ହୋଇ ନାଳନର୍ଦ୍ଦମା ଗୁଡିକ ସ୍ୱଚକ୍ଷୁରେ ଦେଖା ନଯିବା ଦ୍ୱାରା ସଫେଇ କାର୍ଯ୍ୟ ଠିକ୍ ସେ ହୋଇପାରୁନାହିଁ । ଓଡ଼ିଶା ମୁ୍ୟନିସିପାଲ ଆକ୍ଟ ୨୦୦୩ ଅନୁଯାୟୀ ଜବର୍ ଦଖଲକାରୀଙ୍କୁ ନୋଟିସ୍ ଦିଆଯାଇ ତୁରନ୍ତ ଉଚ୍ଛେଦ କରାଯିବା ଓ ଆବଶ୍ୟକ ସ୍ଥଳେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଜରିମାନା ଆଦାୟ କରାଯିବାର ନିୟମ ରହିଛି । ତେବେ ଆଜି ପର୍ଯ୍ୟନ୍ତ ସେଭଳି କାର୍ଯ୍ୟାନୁଷ୍ଠାନ ବାବଦରେ କିଛି କେହି କହିପାରୁନଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା କେତେ ଡ୍ରେନ୍ କେଉଁ ଅଞ୍ଚଳରେ ଜବର୍ ଦଖଲରେ ରହିଛି ତାହାର ସଠିକ୍ ହିସାବ ଜେଏମସି ପାଖରେ ନଥିବା କ୍ରୀଡାବିତ୍ ହେମନ୍ତ କୁମାର ସୁନ୍ଦରାୟଙ୍କ ସମେତ ଅନେକ୍ ବୁଦ୍ଧିଜୀବୀ ମତ ଦେଇଛନ୍ତି । ଏଣେ ନାଳନର୍ଦ୍ଦମା ଗୁଡିକ ମଧ୍ୟରେ ବ୍ୟବସାୟିକ ଆବର୍ଜନା, ପତ୍ର, ସୋଲ ଠୋଲା, ପଲିଥିନ୍ ଠୁ ଆରମ୍ଭ କରି ଯାବତୀୟ ଜିନିଷ ଆଦି ନଳାରେ ପଡୁଥିବା ବେଳେ ଗୋଟେ ଗୋଟେ ସ୍ଥାନରେ ଦଶ କୋଡ଼ିଏ ଫୁଟରୁ ଉର୍ଦ୍ଧ ଜବର୍ ଦଖଲ ରେ ରହିଥିବା ହେତୁ ଠିକ୍ ଭାବେ ସଫେଇ ହେଇପାରୁନି ବୋଲି କେତେକ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ତେବେ ସମସ୍ତ ସମ୍ଭାବନାକୁ ନେଇ ଦୃଷ୍ଟିପାତ କଲେ ଜଣାପଡେ ଜୋରଜବରଦସ୍ତ ଭାବେ ବର୍ଷ ବର୍ଷ ଧରି ସ୍ଥାନୀୟ ଅଧିକାରୀମାନଙ୍କ ଅନୁଶାସନକୁ ଭୃକ୍ଷେପ ନକରି ଯେଉଁ ଭଳି ବେଆଇନ୍ ଭାବେ ଡ୍ରେନ୍ ଅବରୋଧ ହେଉଛି ସେଥିପ୍ରତି ଜିଲ୍ଲାପାଳ, ତହସିଲଦାର, ନିର୍ବାହୀ ଅଧିକାରୀ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛ