ଜଳବନ୍ଦୀ ସମସ୍ୟା: ସ୍ଥିତି ଅନୁଧ୍ୟାନ କଲେ ସାଂସଦ ଓ ଜିଲ୍ଲାପାଳ

 ବାରଙ୍ଗ : ବାରଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ । ଜିଲ୍ଲାପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ଜଳବନ୍ଦୀ ସମସ୍ୟା ସମ୍ପର୍କରେ ଉଭୟଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସରଜମିନ ତଦନ୍ତ ଓ ସମସ୍ୟାର ସମାଧାନ ପାଇଁ ପ୍ରପୀଡ଼ିତ ଗ୍ରାମ ବଙ୍ଗାଳି ସାହି, ଫୁଲାପୋଖରୀ, ବଛିପୁର, ମଧୁବନ, ମଧୁପୁର, କୁସିନ୍ଦା, ତ୍ରିଶୂଳିଆ କୃଷ୍ଣଚନ୍ଦ୍ରପୁର ଆଦି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଏବଂ ଗ୍ରାମର ମୁରବୀମାନଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ଖୋଜିଥିଲେ । ଏହି ପରିଦର୍ଶନ ସମୟରେ ବାରଙ୍ଗ ତହସିଲଦାର ତୁଷାର ଜ୍ୟୋତି ରଞ୍ଜନ, ବିଡ଼ିଓ ସ୍ୱାଗତ ଦାସ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସ୍ଥାନୀୟ ସରପଞ୍ଚ ସଞ୍ଜୟ ପାଣି, ଏମ୍ପିଙ୍କ ପ୍ରତିନିଧି ଭୂପତି ଭୂଷଣ ପାଣି, ତ୍ରିଶୂଳିଆ ମୁରବୀ ସୁକାନ୍ତ ମୁଦୁଲି, ଯୁବନେତା ସୁନିଲ ସ୍ୱାଇଁ, ଆଲୋକ ମହାପାତ୍ର, ମଧୁସୂଦନ ପ୍ରଧାନ, ଆଦିତ୍ୟପାଲ୍, ହରିଶି ଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।