ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ଓ ପଦ୍ମଚରଣ ନାୟକଙ୍କ ଜନ୍ମଦିନ ପାଳିତ

 ଧାମନଗର: ଧାମନଗର ବ୍ଲକ ଅନ୍ତର୍ଗତ ପାଳ ସାହି ପଞ୍ଚାୟତ ଅନ୍ତର୍ଗତ ଗାନ୍ଧୀ ଘାଟ ଶାସନ ଠାରେ ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ୭୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସେହିପରି ସାଆଁଳପୁର, ଖଡିମାହାରା ଓ ବେତାଳିଗାଁ ବଜାରରେ ମଧ୍ୟ ଗାନ୍ଧିମେଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସକାଳେ ଗାନ୍ଧିଘାଟ ଶାସନରେ ବୈତରଣୀ ନଦୀରେ ତିଳ ତର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଦିନ ୧୧ ଟାରେ ଖଡିମାହାରା ଗାନ୍ଧିମେଳାରେ ଯୋଗଦେଇ ଅନୁଷ୍ଠିତ ସଭାକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗାନ୍ଧିଘାଟ ଶାସନ ଠାରେ ଅନୁଷ୍ଠିତ ସାଂସଦଙ୍କ ପ୍ରତିନିଧି ମନୋଜ ମଲ୍ଲିକ ମୁଖ୍ୟ ଅତିଥି, ଧାମନଗର ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ, ସ୍ୱାଧୀନତା ସଂଗ୍ରାମୀ ପଞ୍ଚାନନ ପତି, ରାମହରି ଗୋସ୍ୱାମୀ, ଉଚ୍ଚÿଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି । ଅଶୋକ କୁମାର ପୁହାଣ, ଚତୁର୍ଭୁଜ ନାୟକ, ରାଜ୍ୟଉଚ୍ଚ ନ୍ୟାୟାଳୟ ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ, ଶିକ୍ଷାବିତ ସାଧୁ ଚରଣ ଷଡଙ୍ଗୀ, ଯୋଗଦେଇଥିଲେ । ଗାନ୍ଧି ସ୍ମୃତି କମିଟି କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟି ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ନିରଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲା ।
ବରୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ଓ ବିଶିଷ୍ଟ ଗାନ୍ଧୀବାଦୀ, ବରିଷ୍ଠ ସ୍ତମ୍ଭକାର, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ତଥା ପୂର୍ବତନ ବିଧାୟକ ପଦ୍ମଚରଣ ନାୟକଙ୍କ ୧୦୦ତମ ଜନ୍ମଦିନ ସ୍ଥାନୀୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଠାରେ ବରୀ ପୂଜ୍ୟପୂଜା ପରିଷଦ ପକ୍ଷରୁ ଆୟୋଜିତ ମଦମୁକ୍ତ ଭାରତ ଗଠନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠାନର ଆବାହକ ସମାଜସେବୀ ସତ୍ୟରଞ୍ଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରର ଉଦଘାଟକ ତଥା ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ପ୍ରବୋଧ ସାମଲ ଯୋଗଦେଇ ମହାତ୍ମା ଗାନ୍ଧୀ ଜୀବନୀକୁ ପାଠକଲେ ଛାତ୍ର ଛାତ୍ରୀମାନଙ୍କୁ ଜାତୀୟ ପ୍ରେମି ମଣିଷ ଭାବରେ ଗଠନ ନିମନ୍ତେ ପ୍ରେରଣା ଯୋଗାଇବ ସହ ପଦ୍ମଚରଣ ନାୟକ ୧୦୦ବର୍ଷ ବୟସରେ ଯେଉଁଭଳି ସମାଜ ପାଇଁ କରୁଥିବା କାର୍ଯ୍ୟକୁ ଇତିହାସ ମନେରଖିବ ବୋଲି କହିଥିଲେ । ବର୍ଷିଆନ ଗାନ୍ଧିବାଦୀ ମଣିଷ କୁଳମଣୀ ଶୁକ୍ଳ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିଜର ସାରଗର୍ଭକ ବକ୍ତବ୍ୟ ମାଧ୍ୟମରେ ଶ୍ରୀ ନାୟକଙ୍କ କାର୍ଯ୍ୟ ଧାରାକୁ ମୂଲ୍ୟାୟନ କରିଥିଲେ । ସମ୍ମାନିତଅତିଥି ଭାବେ କୃଷକନେତା ପ୍ରଶାନ୍ତ ବେହୁରିଆ ଯୋଗଦେଇ ପଦ୍ମଚରଣ ନାୟକ ଜୀବନ ବ୍ୟାପୀ ସାଧନା ଉପରେ ଆଲୋଚନା କରିଥିଲେ । ଅଧ୍ୟାପକ ସୁଦୀପ୍ତ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ବେଳେ ଅଧ୍ୟାପକ ରଶ୍ମିରଂଜନ ପତି ସ୍ୱାଗତ ଅଭିଭାଷଣ ଦେଇଥିଲେ । ମହାବିଦ୍ୟାଳୟର ଛାତ୍ର ବାଦଲ କୁମାର ନାଥଶର୍ମା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ବହୁ ଛାତ୍ର, ଯୁବକ, ଯୋଗଦେଇଥିବା ବେଳେ ଅଧ୍ୟାପକ ସତ୍ୟସୋରୂପ ଦାସ ଧନ୍ୟବାଦ ଦେଇଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରର୍ଥନା କରିବା ସହ ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।