କୋଟିଏ ଟଙ୍କାର ଗଞ୍ଜେଇ ଜବତ ଓଡ଼ିଶାରୁ ମହାରାଷ୍ଟ୍ରକୁ ହେଉଥିଲା ଚାଲାଣ
ବ୍ରହ୍ମପୁର : କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି ମୋହନା ପୁଲିସ୍ । କମଳାପୁର ନାକା ପଏଣ୍ଟରେ ପୁଲିସ୍ ତଲାସୀ କରୁଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇର ଓଜନ ପ୍ରାୟ ୧୦ କୁଇଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ମୋହନା ଥାନା ଅନ୍ତର୍ଗତ ଚିଆପଦା ଗାଁରୁ ବ୍ରହ୍ମପୁର ସହ ବାଇପାସ ଦେଇ ମହାରାଷ୍ଟ୍ର ସୋଲାପୁର ଯାଉଥିଲା ବୋଲି ସୂତ୍ରରୁ ପ୍ରକାଶ । ପିକ୍ ଅପ୍ ଭ୍ୟାନ ସହ ଗଞ୍ଜାମ ବଡ଼ଡୁମ୍ବୁଳା ଗାଁର ହେମନ୍ତ ସ୍ୱାଇଁ ଓ ମୋହନା ଥାନା ଚଡ଼ିଆପଦା ଗାଁର ରମେଶ ସୁଆଲସିଂଙ୍କୁ ଗିରଫ କରି କୋର୍ଟ ·ଲାଣ କରିଛି ମୋହନା ପୁଲିସ୍ । ଏହି ଚୋରା ·ଲାଣ ରାକେଟରେ ଆଃରାଜ୍ୟ ମାଫିଆ ଜଡ଼ିତ ଥିବା ସନେ୍ଦହ କରି ଅଧିକ ତଦନ୍ତ କରୁଛି ପୁଲିସ୍ ।