ସୁଭଦ୍ରାଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

 ତାଳଚେର : ତାଳଚେର ଉପଖଣ୍ଡ କଣିହାଁ ଥାନା ଅନ୍ତର୍ଗତ ଲୋଧାଝରୀ ଗ୍ରାମର ସୁଭଦ୍ରା ନାମୀ ଯୁବତୀ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ଝିଅ ଗତ ୨୬/୦୪/୨୦୨୫ ରିଖଦିନ ଘରୁ ଆସି ତାଳଚେର ରୋଡ଼ ଷ୍ଟେସନରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଦଶଦିନ ପରେ ଉକ୍ତ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମରଶରୀର ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରଣୀ ପଂଚାୟତ କେନ୍ଦୁପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନରୁ ଗଣକୁକର୍ମ ପରେ ପ୍ରମାଣ ନଷ୍ଟ କରିବା ନେଇ ପୋଡ଼ାଜଳ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ରେମ୍ବୋକ୍ଲବ ହାଟତୋଟା ତାଳଚେର ସଦସ୍ୟ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ର୍ରମରେ କ୍ଲବର ସଭାପତି ଶୈଳେନ୍ଦ୍ର ସିଂହ, ଉପସଭାପତି ଚିନ୍ମ ଲସ୍କର, କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦକ ରଶ୍ମିତା ରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରଶାନ୍ତ ପରିଡ଼ା, ପରାମର୍ଶଦାତା ଡ଼ଃ ଦେବେନ୍ଦ୍ର ସିଂହ, କାଳୀଚରଣ ଧଳ, ମନୋଜ ଦାସ, ରଞ୍ଜନ ନାଏକ, ସୁବ୍ରତ ପଣ୍ଡା, ସୁଶାନ୍ତ ମହାପାତ୍ର, ବିରେନ ସାହୁ ସମେତ ବହୁ ପରୁଷ ମହିଳା ଉପସ୍ଥିତ ଥିଲେ ।