ଗଡମାଣତୀରରେ ସ୍ୱାଧୀନତା ଦିବସ ପାଳିତ 


ାା ପ୍ରଭାନୁ୍ୟଜ୍ ।ା ବେଗୁନିଆ :  ବେଗୁନିଆ ବ୍ଲକ ଗଡମାଣତୀର ଗ୍ରାମ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜେ୍ଞଶ୍ୱର ସୁନ୍ଦରାୟଙ୍କ ନେତୃତ୍ୱରେ ଗଡମାଣତୀର ପଞ୍ଚାୟତ ବସ୍ଷ୍ଟାଣ୍ଡରେ ୭୮ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ତି୍ରରଙ୍ଗା ଯାତ୍ରା ସମସ୍ତ କାର୍ଯ୍ୟ କର୍ତ୍ତାମାନଙ୍କୁ ନେଇ କରାଯାଇଥିଲା । ସମସ୍ତ ଜନ ସାଧାରଣଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏଥିରେ ଗଡମାଣତୀର ପଞ୍ଚାୟତ ସମିତିର ସଭ୍ୟ ସଦାଶିବ ସୁନ୍ଦରାୟ, ପଞ୍ଚାୟତ ସଭାପତି ଇନ୍ଦ୍ରମଣି ରଣସିଂହ, ମଣ୍ଡଳ କୋଷାଧ୍ୟକ୍ଷ ପ୍ରମୋଦ ରାଉତରାୟ, ପଞ୍ଚାୟତ ସହ ପ୍ରମୁଖ ସୁଦର୍ଶନ ଛୁଆଳସିହ, ମଣ୍ଡଳ ଉପ ସଭାପତି ମହେନ୍ଦ୍ର ଜେନା, ମଣ୍ଡଳ ସାଧାରଣ ସଂପାଦକ ଦୀନବନ୍ଧୁ ବିଶୂଆଳ ଗୋବିନ୍ଦ ପୁର ପଞ୍ଚାୟତ ସଭାପତି ଶରତ ସାମନ୍ତରାୟ, ଶଗଡ଼ ଭଙ୍ଗା ପଞ୍ଚାୟତ ସଭାପତି ନୃସିଂହ ପାଇକରାୟ ଯୋଗଦାନ କରିଥିଲେ । ସେହିପରି  ବେତଳମା ଉଚ୍ଚ ବିଦ୍ୟାଳୟ, ଗଡମାଣତୀର ଉଚ୍ଚ ବିଦ୍ୟାଳୟ , ବେଗୁନିଆ ଉଚ୍ଚ ବିଦ୍ୟାଳୟ, ପରିଛଳ ଉଚ୍ଚ ବିଦ୍ୟାଳୟ,ସିକୋ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ବେଗୁନିଆ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି ।