ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ବିଳମ୍ବ ରାସ୍ତା ଅବରୋଧ କଲେ ହିତାଧିକାରୀ
ାା ପ୍ରଭାନୁ୍ୟଜ୍ ।ା ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତି ପଡା ପଞ୍ଚାୟତରେ ସବୁ ବେଳେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ବିଳମ୍ବ କରାଯାଉଥିବା ନେଇ ହିତାଧିକାରୀ ମାନେ ଅସନ୍ତୋଷ ହୋଇ ଶୁକ୍ରବାର ଫୁଲବାଣୀରୁ ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ, ବିଡ଼ିଓ ଜଜ୍ ଡୁଙ୍ଗୁ ଡୁଙ୍ଗୁ, ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର, ଅତିରିକ୍ତ ତହସିଲଦାର ବ୍ରହ୍ମା ନନ୍ଦ ଥାଟି, ଜିଲ୍ଲା ମଙ୍ଗଳ ସମାଜ ସୁରକ୍ଷା ଅଧିକାରିଣୀ ମୈତେୟୀ ଶତପଥୀ, ବ୍ଲକ ମଙ୍ଗଳ ସମାଜ ସୁରକ୍ଷା ଅଧିକାରୀ ମନୋଜ ସାହୁ, ସମେତ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରାସ୍ତାଉପରେ ବସିଥିବା ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମମାନଙ୍କୁ ବୁଝାସୁଝା କରିଥିଲେ । ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ହିତାଧୀକାରୀଙ୍କ ପାଖରୁ କଥା ଶୁଣିଲା ପରେ ଉପସ୍ଥିତ ଥିବା ପଞ୍ଚାୟତ ଅଧିକାରି ଏବଂ ବ୍ଲକ୍ ସାମାଜିକ ଅଧିକାରିଙ୍କୁ ତାଗିଦ୍ କରିଥଲେ । ପ୍ରାୟ ଦୁଇ ଘଣ୍ଟା ରାସ୍ତା ଅବରୋଧ ପରେ ଉପ ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ଏବଂ ବିଡ଼ିଓ ଜଜ୍ ଡୁଙ୍ଗୁ ଡୁଙ୍ଗୁ ଉପସ୍ଥିତ ରହି ଭତ୍ତା ପ୍ରଦାନ କରାଇବା ପରେ ରାସ୍ତା ଅବରୋଧ ହଟିଥିଲା । ଅସହାୟ ବୃଦ୍ଧ ବୃଦ୍ଧା ଏବଂ ବରିଷ୍ଠ ନାଗରିକ ମାନେ ଉପ ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ନିକଟରେ ଅଭିଯୋଗ କଲେ ଯେ ପ୍ରତି ମାସରେ ଠିକ୍ ସମୟରେ ଭତ୍ତା ଦିଆ ଯାଉନାହିଁ । ଭତ୍ତା ଦେବାର କୌଣସି ନିର୍ଦ୍ଧିଷ୍ଟ ତାରିଖ ରହୁ ନ ଥିବାରୁ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ପାଇଁ ଆସି ଅନେକ ହଇରାଣ ହରକତ ହେଉଥିବା କହିଛନ୍ତି । ପଞ୍ଚାୟତ ସବୁ ବେଳେ ତାଲା ପଡ଼ୁଛି । ଅନେକ ସମୟରେ କାର୍ଯ୍ୟାଳୟ କୁ ପଞ୍ଚାୟତ ବାସି ବିଭିନ୍ନ କାମରେ ଆସି ହଇରାଣ ହେଉଥିବା ନେଇ ବାର୍ଦ୍ଧକ୍ୟ ଭତ୍ତା ହିତାଧୀକାରୀ ଘନଶ୍ୟାମ ସାହୁ, ବଂଶୀଧର ବେହେରା, ସୌରି ବିନ୍ଧାଣି ପ୍ରଶାନ୍ତ କହଁର, ହାରାନନ୍ଦ କହଁର ପାଣ୍ଡବ ସେଠି ଅହଲ୍ୟା ମହାନନ୍ଦ ମଲ୍ଲିକ । ଦିଗଲ ତୁପନି ମହାନନ୍ଦ ଗୌରୀ ସେଠି ନେପୁର ସାହୁ ଫୁଳବତି କହଁର ଲତା ବେହେରା କୃଷ୍ଣା ସେଠି ପୁରାଣ ଆମାତ୍ୟ ହେମା ମଲ୍ଲିକ ଜଗଦୀଶ ସେଠି ଭାବଗ୍ରାହୀ ସାହୁ ପ୍ରମୁଖ ଅଭିଯୋଗ କରିଥିଲେ । ଅନ୍ୟପଟେ ଦୂତି ପଡା ପଞ୍ଚାୟତ ଅବ୍ୟବସ୍ଥା ଘେରରେ ରହୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ସୁଧା ବ୍ଲକ ପ୍ରଶାସନ ଏଥି ପ୍ରତି କର୍ଣ୍ଣ ପାତ କରୁନାହିଁ । ପଞ୍ଚାୟତରେ କିଛି ବି ସୁଧାର ଆସୁ ନାହିଁ । ବଡ ଦୁଃଖ ଓ ପରିତାପର ବିଷୟ ଯେ ପଞ୍ଚାୟତରେ ଭତ୍ତା ପାଇଁ ବୃଦ୍ଧ ବୃଦ୍ଧା ହଇରାଣ ହେଉଥିବା ଖବର ପାଇ ଜିଲ୍ଲାପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପହଞ୍ଚି ଥିଲେ । ରାସ୍ତା ଅବରୋଧ ବହୁ ବସ ଟ୍ରକ୍ ମୋଟର ସାଇକେଲ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିଥିଲେ । ଦୁଇ ଘଣ୍ଟା ପରେ ଯିବା ଆସିବ ସ୍ୱାଭାବିକ ହୋଇଥିଲା ।