ଗଣପତି ବାବାଙ୍କ ପୂଜାରେ ରୋଡମ୍ୟାପ୍ ଜାରି
ତାଳଚେର: ବାବା ଗଜାନନଙ୍କ ପୂଜା ମହାଆଡମ୍ବର ସହକାରେ ପାଳିତ ହେଉଛି । ତାଳଚେର ଉପଖଣ୍ଡ ସମେତ ଏହାର ଆଖପାଖ ଜିଲ୍ଲା ଓ ବାହାର ଅଂଚଳରୁ ପୂଜାକୁ ଉପଭୋଗ କରିବାକୁ ସନ୍ଧ୍ୟା ସମୟରେ ଜୁଆଡେ ଦେଖିବ ସିଆଡେ ଭିଡ, ପୂଜା ମାହୋଲ ପୁରା ସରଗରମ, ଏହି ପରିପ୍ରେକ୍ଷୀରେ ଲୋକେ ବାଟବଣା ନହେବାକୁ ଜାରି କରାଯାଇଛି ରୋଡମ୍ୟାପ୍ । ପୁରା ସହର ରାସ୍ତାର ନକ୍ସା, କେଉଁ ଦିଗକୁ ଗଲେ କେଉଁ ସ୍ଥାନରେ ପଂହଚିବ ତାହାର ସମ୍ପୂର୍ଣ୍ଣ ବିବରଣୀ ନକ୍ସାରେ ତୀର ଚିହ୍ନ ମାଧ୍ୟମରେ ସୂଚାଇ ଦିଆଯାଇଛି । ଶୁଖିଲା ପାଗ ବ୍ୟବସାୟୀଙ୍କୁ ଦେଇଛି ବେପାରର ପସରା । ବେପାରୀମାନେ ବେଶ ଭଲ ଦି’ ପଇସା ରୋଜଗାର କରି ପାରୁଛନ୍ତି । ଛୋଟ ମୋଟ ବ୍ୟସାୟୀଙ୍କ ଠାରୁ ଆରମ୍ଭ କରି ମହାଜନମାନେ ମଧ୍ୟ ଆନନ୍ଦିତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଏବଂ ବ୍ୟବସାୟୀମାନେ ହସି ହସି ଲୋକଙ୍କ ଚାହିଦା ମୂତାବକ କୌଣସି କୁଣ୍ଠାବୋଧ ନକରି ବିଭିନ୍ନ ପ୍ରକାର ସାମଗ୍ରୀ ଦେଖାଉଛନ୍ତି । ବିରାଦରପଡା ଗଣେଶପୂଜା କମିଟି, ସାରାଆକାଶ, ମହାବଳପଡା, ବଡଦାଣ୍ଡ ସାହି, ବଡବଜାର, ନୂଆଁବଜାର, ମାରୁଆଡିପଟ୍ଟୀ, ଭୈରବୀ ସାହି, ମହାରଣା ସାହି, କାରିଗରପଡା, ଚିତ୍ରକୂଟ ବଜାର, ରାମଚନ୍ଦ୍ର ବଜାର, ହାଟତୋଟା ରୋଡ୍, ହାଟତୋଟା ବଣିକସଂଘ, ହାଟତୋଟା ମୁ୍ୟନିସପାଲିଟି ମାରର୍କେଟ, ଜେଲରୋଡ୍, ବସଷ୍ଟାଣ୍ଡ, ପୁରୁଣା ପୋଷ୍ଟ ଅଫିସ୍, ଜାମ୍ବୁବଣିଆ ସାହି, ରୁଦ୍ରସେବକ ସଂଘ, ସିଂହ ସାହି, ଜୟହୀନ୍ଦ କ୍ଲବ, ବଉଳଛକ ରାସପାଟି, ପାଟଣା ସାହି, ବିରାଦରପଡା ଯୁବଗୋଷ୍ଠୀ, ଅରାସାହି, ଅଲରାଉଣ୍ଡର ଗଣେଶପୂଜା କମିଟି, କାରଗିଲ୍ ଗ୍ରୁପ୍, ମୋଚିସାହି, ବାପୁଜୀ ନଗର ଯୁବକସଂଘ, ବାପୁଜୀ ନଗର ବିଭାଗ-ଖ, ବାପୁଜୀନଗର ବିଭାଗ-ଗ, ହନୁମାନପଡା ଗଣେପୂଜା କମିଟି ତଥା ସମସ୍ତ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୂଜା କମିଟିଙ୍କ ଦ୍ୱାରା ପୌରାଣିକ ଧାରାବାହିକ, ଅପରେଶନ୍ ସିନ୍ଦୁର ଏମିତି କି ବିଭିନ୍ନ ସାଜସଜ୍ଜା କରି ଦର୍ଶକଙ୍କ ମନକୁ ଆଦୃତ କରିପାରୁଛନ୍ତି । ବିଭିନ୍ନ ସ୍ଥାନରେ ପୂଜା କମିଟି ପକ୍ଷରୁ ପ୍ରାୟ ଛକରେ ମେଲୋଡି, ଗୀତନାଚର କାର୍ଯ୍ୟକ୍ରମ ଚାଲିଛି । ପ୍ରଶାସନ ପକ୍ଷରୁ ଜନଗହଳିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତିଛକ ଓ ମେଢ ସମ୍ମୁଖରେ ପୁଲିସ୍ ହୋମଗାର୍ଡ ନିୟୋଜିତ କରିବା ସହ ଭାରୀଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।