ଗଣ୍ଡଗୋଳ ଘଟଣାରେ ୪ କୋର୍ଟଚାଲାଣ 

 କୁଆଖିଆ : ମନ୍ଦିର ରାସ୍ତାକୁ ଅବରୋଧ କରି ଘର କରିବା ଘଟଣାକୁ ନେଇ ସଂଗଠିତ ଗଣ୍ଡଗୋଳ ଘଟଣାରେ କୁଆଖିଆ ଥାନା ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ ଯୋଗ୍ୟ ଯେ ଗତ ଶନିବାର ପ୍ରଥମାଖଣ୍ଡ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ମନ୍ଦିରର ବିବାଦୀୟ ରାସ୍ତାର ୧୫ କଡି ରାସ୍ତା ଉପରେ ପୁଲିସ୍ ୧୪୪ ଜାରିକୁ ସେହି ଗ୍ରାମର କିଛି ବ୍ୟକ୍ତି ଜବରଦଖଲ କରି ସେଥିରେ ପକ୍କା ଘର ନିର୍ମାଣକୁ ନେଇ ଗଣ୍ଡଗୋଳ ଘଟି ୪ଜଣ ଆହତ ହୋଇଥିଲେ । ଏହାକୁ ନେଇ ଥାନାରେ ଉଭୟପକ୍ଷ ଅଭିଯୋଗ କରିଥିବା ବେଳେ ପୁଲିସ୍ ଉଭୟ ପକ୍ଷଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସପ୍ସହିତା କେସ୍ ନଂ-୨୯୬/୨୫ ଏବଂ ୨୯୭/୨୫ରେ ମାମଲା ରୁଜ୍ଜୁ କରିଥିଲେ । କିନ୍ତୁ ଉଭୟ ପକ୍ଷରୁ ସେଠାରେ ଉତେଜନା ଥିବା ଅନୁଭବ କରି ପୁଲିସ୍ ଆଜି ଗୋଲକବିହାରୀ ଚାନ୍ଦ, ସୁବାସ ଚନ୍ଦ୍ର ଚାନ୍ଦ ସଂଜୁଲତା ଚାନ୍ଦ ଓ ଅଜୟ କୁମାର ଗୁଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।