ସଂସ୍କୃତି ବିଭାଗର ପାଠଚକ୍ର
ବ୍ରହ୍ମବରଦା: ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୁତ ବିଭାଗ ପକ୍ଷରୁ ପାଠଚକ୍ର ବିଭାଗ ମୁଖ୍ୟ ଡ. ରଶ୍ମିକାନ୍ତ ଦାଶଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପାଠ ଚକ୍ରରେ ଅତିଥି ଭାବେ କଲେଜ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ, ସଂସ୍କୃତ ବିଷୟ ବିଶାରଦ ପ୍ରବଚକ ବିଭୁତିଭୂଷଣ ପାଲ, ଅଧ୍ୟାପକ ସଂଗ୍ରାମ କେଶରୀ ଦାଶ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ମଣିଷ ଜୀବନ ଗଠନରେ ଗୀତା କିପରି ମୁଖ୍ୟ ଭୂମିକା ବହନ କରେ ସେ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଅଧ୍ୟାପକ ଅମୁଲ୍ୟ ପତି, ସୂର୍ଯ୍ୟକାନ୍ତ ରାଉତ, ସେକ ରୁହୁଲ ଅମିନ, ବାବୁଲା ରଣା, ଅଧ୍ୟାପିକା ଜୟଶ୍ରୀ ନାୟକ, ସାଗରୀକା ଦାଶ, ରୁପାଲୀ ସାମଲ, ମାମାଲି ବେହେରାଙ୍କ ସମେତ ବିନୟ କୁମାର ରାଉତ, ଧର୍ମେନ୍ଦ୍ର ମହାନ୍ତି, ସୁନୀଲ ଓଝା, ଶୋଭାନୁଲ ହକ, ଆକ୍ଟର ଅଲି, ଦୁସାସନ ବେହେରା ଆଦି ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଂକୃତ ବିଭାଗର ଛାତ୍ରୀ ରଶ୍ମି ରଞ୍ଜିତା ଜେନା, ଲିପ୍ସାରାଣୀ ଓଝା ଓ କ୍ଷୀରାବ୍ଧି ତନୟା ପତି ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ, ଛାତ୍ରୀ ସ୍ୱତଲିନା ପାଢ଼ୀ, ପଦ୍ମାବତୀ ଗନ୍ତାୟତ, ଝରଣା ବେହେରା ଓ ଛାତ୍ର ଆଶୁତୋଷ ନାୟକ, ଜୟନ୍ତ ମିଶ୍ର ଆଦି ଭିତି ପ୍ରବନ୍ଧ ପାଠ କରିଥିଲେ । କସ୍ତୁରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।