ଗୋଳେଇପୁର ମହୋତ୍ସବରେ ଜିଲ୍ଲାସ୍ତରୀୟ କବିତା ପାଠଚକ୍ର

 ପାଣିକୋଇଲି: କୋରେଇ ବ୍ଲକ ଗୋଳେଇପୁର ପଂଚାୟତ ମହୋସôବରେ କତରାପୁର ମା’ଦକ୍ଷିଣକାଳୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କବିତା ପାଠ ଚକ୍ର ଓ ଓଡିଆ କଳା ସଂସ୍କୃତି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପଣ୍ଡିତ ବିଜୟ କୁମାର ଦାଶ ଉଦ୍ଘାଟନ କରିଥିବା ବେଳେ ପଣ୍ଡିତ ଅରୁପାନନ୍ଦ କର ଓ ଅଭୟ ତ୍ରୀପାଠୀ ଗୀତା ମନ୍ତ୍ର ବେଦ ପାଠ କରିଥିଲେ । ବୈଦ୍ୟନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଅଧ୍ୟାପକ ମନୋରଂଜନ ମହାନ୍ତି, ସମାଜସେବୀ ପ୍ରହଲ୍ଲାଦ ପଣ୍ଡା, ଗୋଦାବରୀଶ ମିଶ୍ର, ସବିତା ମିଶ୍ର, ଇନ୍ଦ୍ରମଣୀ ମହାକୁଡ ପ୍ରଶାନ୍ତ କୁମାର ସ୍ୱାଇଁ, ସୁଧାଂଶୁ ଭୂଷଣ ମିଶ୍ର, ଅଚୁତ୍ୟାନନ୍ଦ ପାତ୍ର ଯୋଗଦେଇଥିଲେ । ନଟବର ସେଠୀ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ୮୦ଜଣ କବି କବିତା ପାଠ କରିଥିଲେ । କବିତା ସଂଯୋଜକଭାବେ ମନୋଜ ନାଥ, ସରୋଜିନୀ ପଣ୍ଡା, କବିତା ସମୀକ୍ଷକ ଭାବେ ପ୍ରତିମା ସାହୁ, ରବିନ୍ଦ୍ର ମିଶ୍ର ଯୋଗଦାନ କରିଥିବା ବେଳେ ଅଶ୍ୱନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।