ବାଳିକା ଆତ୍ମରକ୍ଷା ଶିବିର
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବାଳିକା ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଳିକାମାନଙ୍କ ପାଇଁ ଆତ୍ମରକ୍ଷାର ଗୁରୁତ୍ୱ ଓ ଏଥି ପାଇଁ ତାଲିମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଆଡ଼ମିନଷ୍ଟେଟିଭ ବର୍ସର ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ବାଳିକା ଆତ୍ମରକ୍ଷା କୌଶଳର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସୀମାଙ୍ଗିନୀ ଦାସ ବାଳିକା ଆତ୍ମରକ୍ଷା କୌଶଳ କିପରି ମହିଳାମାନଙ୍କୁ ସଶକ୍ତ କରିପାରୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ମହିଳା ଆତ୍ମରକ୍ଷାର ଆବଶ୍ୟକତା ଓ କୌଶଳ ଉପରେ ଆଲୋକପାତ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିକା ଲିପ୍ସାରାଣୀ ଖୁଣ୍ଟିଆ, ବର୍ଷାଶ୍ରୀ ସ୍ୱାଇଁ, କୁନମୁନି ସାହୁ ବାଳିକା ଆତ୍ମରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ । ଶେଷରେ ସହସଂଯୋଜିକା ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।