ଲାଞ୍ଚ ନଦେବାରୁ ପ୍ରଧାନମନ୍ତ୍ରୀ ଆବାସରୁ କଟିଲା ନାଁ ଯୋଜନାରୁ ବଞ୍ଚôତ, ଅଭିଯୋଗ ଆଣିଲେ ପରିବାର
ରାଜନଗର: ସରକାରଙ୍କ ଯୋଜନା ପରେ ଯୋଜନା କରୁଛନ୍ତି ସତ, ହେଲେ ସୁଧୁରୁନି ସମସ୍ୟା । ଆବାସ ଟିଏ ପାଇଁ ମାଗୁଛନ୍ତି ଲାଞ୍ଚ । ରାଜନଗର ବ୍ଲକ ଅନ୍ତରଗତ ଭିତରଗଡ ପଞ୍ଚାୟତ ଚାରିପୋଖରିଆ ଗ୍ରାମର ସବିତା ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେ ସାମିଲ ହୋଇଥିଲେ । ତାଙ୍କର ରେଜିଷ୍ଟେସନ୍ ନମ୍ବର ଓଆର ୧୫୨୪୫୭୮୬୮ । ଭିତରଗଡ଼ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାରଣା ଓ ଏଡିଓ ରାଜଶ୍ରୀ ମଲ୍କିକ ତାଙ୍କ ଘର ନିକଟକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ସମୟରେ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ଟଙ୍କା ଦେବକୁ ଅସମର୍ଥ କହିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଯୋଜନାରୁ ବାଦ କରିଦେଇଛନ୍ତି । ଘଟଣାର ତଦନ୍ତ କରି ସାତ ଦିନ ଭିତରେ ନ୍ୟାୟ ନ ମିଳିଲେ ସେ ଅନଶନ କରିବାକୁ ଜିଲ୍ଲାପାଳ ଜେନ୍ଦ୍ରାପଡ଼ା, ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ପଞ୍ଚାୟତରାଜ ସଚୀବ, ଉପଜିଲ୍ଲାପାଳ, ରାଜନଗର ବିଡିଓ ଓ ତହସିଲଦାରଙ୍କୁ ଜଣାଇଛନ୍ତି । ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାରଣାଙ୍କୁ ପଚାରିବାରୁ ସେ କାହାରିକୁ ଟଙ୍କା ମାଗିନାହିଁ । ଅପର ପକ୍ଷରେ ଏଡିଓ ଶ୍ରୀମତୀ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କାହାରିକୁ ଲାଞ୍ଚ ମାଗିନାହିଁ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି । ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।