ଗାନ୍ଧିଜୀ ସାମାଜିକ ଅନୁଷ୍ଠାନର ବୈଠକ
ପୁରୀ: ସ୍ଥାନୀୟ ଗାନ୍ଧୀଜୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ବୁଦ୍ଧିଜୀବୀ ରାଜନେତା, ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ଗୁରୁତ୍ୱପୂଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗୋପୀନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଳା ଲୋକସମ୍ପର୍କ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ, ସମ୍ମାନିତଅତିଥି ବିଜୁ ଜନତା ଦଳ ଜିଲ୍ଳା ସଭାପତି ଦିବାକର ପାତ୍ର, ସାଂସଦଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ମହାପାତ୍ର, ଶିଳ୍ପପତି ଜଗଦାନନ୍ଦ ମିଶ୍ର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ସାମ୍ବାଦିକ ପ୍ରସନ୍ନ ଦାସ, କାଶୀ ହରିପୁର ନୋମିନୀ ପ୍ରଦୀପ୍ତ ଘଟୁଆରୀ, ସରପଞ୍ଚ ରାମଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ । ଅନୁଷ୍ଠାନର ଉଦେ୍ଦଶ୍ୟ ସମ୍ପର୍କରେ ସମ୍ପାଦିକା ନିବେଦିତା ମିଶ୍ର ପ୍ରକାଶ କରିଥିଲେ ଯେ, ଅନୁଷ୍ଠାନ ପକ୍ଷରୁ ସାଧାରଣ ଜନତାଙ୍କ ଅସୁବିଧା, ମୌଳିକ ସମସ୍ୟା ସମ୍ପର୍କରେ ଖବର ନେଇ ତାହାର ସମାଧାନ ଅନୁଷ୍ଠାନ ମାଧ୍ୟମରେ କରାଯିବ । ସାଧାରଣ ଜନତା ଯେଭଳି ସୁଖରେ ସରଳ ଜୀବନଯାପନ କରିବେ ।ଏହି ବୈଠକରେ ଅନୁଷ୍ଠାନର ଉପଦେଷ୍ଟା ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ଆଇନଜୀବୀ ଡ. ଧୀରେନ ରାୟ, କାର୍ଯ୍ୟକାରୀ ସଭାପତି ପ୍ରମୋଦ ଜେନା, ନମିତା ମଞ୍ଜରୀ ଶତପଥୀ, ସହସମ୍ପାଦିକା ମଧୁସ୍ମିତା ସାହୁ, ଝାନସୀ ମିଶ୍ର, ଅରୁଣିମା ନନ୍ଦ, ଦୀପ୍ତିମୟୀ ମିଶ୍ର, ମାନସୀ ଦାସ, ସମାଜସେବୀ ଗିରିଶ ନାୟକ, ଶ୍ରଦ୍ଧାଞ୍ଜଳି ସିଂ, ସାବିତ୍ରୀ ଯାନୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।