ଗାଷ୍ଠୀ ସମ୍ବଳ କର୍ମୀଙ୍କ ପାଇଁ କର୍ମଶାଳା 

 ଛତ୍ରପୁର : ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଓ ଗାମ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଗୋଷ୍ଠୀ ସମ୍ବଳ କର୍ମୀଙ୍କ ପାଇଁ ସପ୍ତ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ଛତ୍ରପୁର ସ୍ଥିତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରିଣୀ ଅମିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ ପ୍ରଶିକ୍ଷଣ କେନ୍ଦ୍ରରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷା ସଂଯୋଜକ ତପନ କୁମାର ସାହୁ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ଜିଲ୍ଲାର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଶିଶୁଙ୍କୁ ପ୍ରାଥମିକ ସ୍ତରରେ ଚିହ୍ନଟ କରି ସେମାନଙ୍କ ଆବଶ୍ୟକତା ଭିତ୍ତିରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ସହ ସରଳ ଶିକ୍ଷା ପ୍ରଦାନ କରିବା ଓ ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ·ଲିବ ବୋଲି ସୂଚନା ମିଳିଛି । ଖଲ୍ଲିକୋଟ ବ୍ଲକର ସାଧନ କର୍ମୀ ପ୍ରଣବ କୁମାର ଶତପଥି, ହିିଞ୍ଜିଳିକାଟୁ ବ୍ଲକର ଦୁରୁବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର, ସାନଖେମୁଣ୍ଡି ବ୍ଲକର କଙ୍କରୋଡା ଆରପି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ କୁମାର ହୋତା ଓ ଅଭିରାମ ବିଶ୍ୱାଳ ପ୍ରଶିକ୍ଷକ ଭାବେ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।