‘ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବୃଦ୍ଧି ସମ୍ଭବ’

ଭୁବନେଶ୍ୱର,: ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପରିଦର୍ଶନରେ ଯାଇ ସଂସ୍ଥାଗତ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ସରକାରୀ ନୀତିନିୟମ ସହିତ ବୈଷୟିକ ଶିକ୍ଷାର ପ୍ରୟୋଗ ମାଧ୍ୟମରେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁ·ରୁ ରୂପେ ନିର୍ବାହ କରିବା ଉପରେ ଗୁରୁତ୍ୱରୋପ କରିଥିଲେ । ପ୍ରଶିକ୍ଷକ ତଥା ପ୍ରଶିକ୍ଷାର୍ଥୀ ଉଭୟଙ୍କ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ଦ୍ୱାରା ହିଁ ଉନ୍ନତ ମାନର ପ୍ରଶିକ୍ଷଣ ସମ୍ଭବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ସ୍ନେହ, ସହାନୁଭୂତି ଆଦି ଉତ୍ତମ ମାନବୀୟ ଆଚରଣ ପ୍ରଦର୍ଶନ ମାଧ୍ୟମରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ଉଚିତ । ଉପସ୍ଥିତ ରାଜସ୍ୱ ସେବା ଅଧିକାରୀଙ୍କୁ ଉଦବୋଧନ ଦେବା ଅବସରରେ ମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଓଡ଼ିଶା ରାଜସ୍ୱ ସେବା ଅଧିନରେ କାର୍ଯ୍ୟରତ ଅଫିସରମାନେ ନିଜ ଘର ପାଖ ଜିଲ୍ଲାରେ କାର୍ଯ୍ୟ କରିବାର ଆଗ୍ରହ ପୋଷଣ ନକରି ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ ସମ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରନ୍ତୁ । ତାହା ହେଲେ ଯାଇ ପ୍ରଶାସନିକ ସ୍ତରରେ ସନ୍ତୁଳନ ବଜାୟ ରହିପାରିବ । ଏହି ଅବସରରେ ରାଜସ୍ୱ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ତିନିଗୋଟି ପୁସ୍ତିକାକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଲେ ଯେ, ରାଜସ୍ୱ ବିଭାଗ ହେଉଛି ରାଜ୍ୟ ସରକାରଙ୍କ ଆଖି ଓ କାନ । ଏଣୁ ରାଜସ୍ୱ ବିଭାଗରେ ଆପଣମାନେ ଯୋଗଦେଇ ନିଜକୁ ଗୌରବାନ୍ୱ୍ୱିତ ମନେ କରିବା ସହ ଜନସାଧାରଣଙ୍କର ନିକଟତର ହୋଇ ପଛରେ ଥିବା ଲୋକମାନଙ୍କୁ କିପରି ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ ସେ ଦିଗରେ ଚେଷ୍ଟା କରିବା ଦରକାର । ପ୍ରାରମ୍ଭରେ ପ୍ରତିଷ୍ଠାନର ନିଦେ୍ର୍ଦଶକ ଜ୍ୟୋତିପ୍ରକାଶ ଦାସ ସ୍ୱାଗତ ସୂଚନା ଦେଇଥିବାବେଳେ ବିଭାଗୀୟ ଅତିରିକ୍ତ ସଚିବ ତିଲୋଚନ ମାଝି ଧନ୍ୟବାଦ ଅର୍ପଣ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଓଡ଼ିଶା ବିପର୍ଯ୍ୟୟ ପରି·ଳନା କର୍ତ୍ତୃପକ୍ଷ (ଓସ୍ଡମା)ଙ୍କ ଅଧିନରେ ନିର୍ମାଣାଧିନ ରାଜ୍ୟ ବିପର୍ଯ୍ୟୟ ପରି·ଳନା ଅନୁଷ୍ଠାନ (ଏସ୍ଆଇଡିଏମ୍) ପରିଦର୍ଶନରେ ଯାଇ ଅନୁଷ୍ଠାନ ବୁଲି ଦେଖିଥିଲେ ।