ଗୋ-ଖାଦ୍ୟ ବଣ୍ଟନ ତଦାରଖ କଲେ ଅଧ୍ୟକ୍ଷ ଓ ବିଡିଓ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ବନ୍ୟା ଜଳ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଗୋଖାଦ୍ୟ ଅଭାବରୁ ବନ୍ୟା ଘେରରେ ଥିବା ଗୃହ ପାଳିତ ପଶୁମାନେ ଚାଷ ଜମିକୁ ଚାରିବାକୁ ଯାଇପାରୁନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇ ବ୍ଲକରେ ଗୋ ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ବିଡ଼ିଓ ଅଶୋକ ମହାନ୍ତି ବନ୍ୟା ବିପନ୍ନ ବଳଭଦ୍ରପୁର ଓ ଡାମରପୁର ପଞ୍ଚାୟତକୁ ଯାଇ ଗୋ ଖାଦ୍ୟ ବଣ୍ଟନ ସମ୍ପର୍କରେ ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ଓ ଡାମରପୁର ସରପଞ୍ଚ ପ୍ରତିନିଧି ବସନ୍ତ ନାଥଙ୍କ ଉପସ୍ଥିତିରେ ଗୋ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଓ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଲୋକମାନଙ୍କ ସୁବିଧା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ପଂଚାୟତ ନିର୍ବାହୀ ଅଧିକାରୀ ଓ ବ୍ଲକ କର୍ମଚାରୀ ଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।