ଗୋପନୀୟ ଫଟୋ ଉଠାଇ ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

 ଜଟଣୀ :  ଜଟଣୀ ଥାନା ଅନ୍ତର୍ଗତ ତିରିମଲ୍ଲ ଗ୍ରାମରେ ନିଜ ପରିବାର ସହିତ ରହୁଥିବା ଜନୈକା ନାବାଳିକାଙ୍କ ଅଗୋଚରରେ ତାଙ୍କର ବିଭିନ୍ନ ସମୟର ଫଟକୁ ଶେଖ ଆସିଫ ନାମକ ଯୁବକ ମୋବାଇଲରେ ଉଠାଇ ପରବର୍ତୀ ସମୟରେ ନାବାଳିକାକୁ ବିବାହପାଇଁ ଚାପ ପକାଇଥିଲେ । ଫଳରେ ନାବାଳିକା ଜଣଙ୍କ ବିଷପାନ କରିଦେବା ଓ ପରବର୍ତ୍ତୀ ମୁହୂର୍ତ୍ତରେ ମୃତୁ୍ୟ ହେବା ଘଟଣାରେ ଅଭିଯୋଗକାରୀ ବୁଲୁ ପାଟଶାଣୀଙ୍କ ଅଭିଯୋଗ କ୍ରମେ ଜଟଣୀ ଥାନା ପୁଲିସ ମୁକୁନ୍ଦପ୍ରସାଦ ଏରିଆର ଶେଖ ଆସିଫ (୧୯) ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତା ନାବାଳିକାଙ୍କ ସହିତ ଅଭିଯୁକ୍ତଙ୍କ ସହ ଉତ୍ତମ ବନ୍ଧୁତା ଥିଲା । ଏହି ବନ୍ଧୁତାର ଆଢୁଆଳରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଅଜାଣତରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ନିଜ ଫୋନରେ ସଂଗ୍ରହ କରିନେଇଥିଲେ ଏବଂ ଏହାର କିଛିଦିନ ଯିବା ପରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବିବାହ କରିବା ଲାଗି ତାଙ୍କ ଉପରେ ଚାପ ପକାଇଥିଲେ । ନାବାଳିକା ତାଙ୍କ ପ୍ରସ୍ତାବରେ ରାଜି ନହେବାରୁ ଅଭିଯୁକ୍ତ ନିଜ ପାଖରେ ରଖିଥିବା ନାବାଳିକାଙ୍କ ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ । ଏହି ଘଟଣାରେ ନାବାଳିକା ଜଣକ ଗଭୀର ମାନସିକ ଆଘାତ ପାଇ ବିଷପିଇ ଦେଇଥିଲେ  । ଏମ୍ସରେ ଚିକିସôାଧୀନ ଅବସ୍ଥାରେ ଗତ ୨୯ ତାରିଖରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଏହି ଘଟଣାକୁ କେନ୍ଦ୍ରକରି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ଏସକେ ଆସିଫଙ୍କୁ ଗିରଫ କରିଥିବା ବେଳେ, ସେ ତାଙ୍କର ଦୋଷ ସ୍ୱୀକାର କରିଥିଲେ  ।