ହନୁମାନ ଚାଳିଶା ପାରାୟଣ

 ନୀଳଗିରି : ବିଶ୍ୱ ହିନ୍ଦୁ ପରିଷଦର ଧର୍ମ ପ୍ରସାର ବିଭାଗର ଜିଲ୍ଲାସ୍ତରୀୟ ୧୦୮ ହନୁମାନ ଚାଳିଶା ପାରାୟଣ ଓ ଯଜ୍ଞ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତର କୋଳିଗଡି ଗ୍ରାମରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରାଯାଇଥିବାବେଳେ ଯଜ୍ଞ ସହ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସନ୍ଥ ପ୍ରମୁଖ ଦେବେନ୍ଦ୍ର ଗିରି ମହାରାଜ, ବଳଭଦ୍ର ଶତପଥୀ, ପ୍ରାନ୍ତ ନିଧି ପ୍ରମୁଖ ସଂଗ୍ରାମ କେଶରୀ ପତି, ପ୍ରାନ୍ତ ସତ୍ସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, ଜିଲ୍ଲା ସାଙ୍ଗଠନିକ ମହାମନ୍ତ୍ରୀ ବିଜୟ ବାରିକ, ଜିଲ୍ଲା ପ୍ରମୁଖ କୁମୁଦ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ସହ ପ୍ରମୁଖ ମଣିଭଦ୍ର ମହାପାତ୍ର, ପ୍ରଦୀପ ପତି, ବାଲେଶ୍ୱର ନଗର ସଭାପତି ଉମେଶ ଖଣ୍ଡେଲୱାଲ୍, ବାଲେଶ୍ୱର ନଗର ସହସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ, ନୀଳଗିରି ଅଖଣ୍ଡ ପ୍ରମୁଖ ପ୍ରିୟବ୍ରତ ରାଉତ, ନୀଳଗିରି ଅଖଣ୍ଡ ସହପ୍ରମୁଖ ସନାତନ ବେହେରା, ଔପଦା ପ୍ରଖଣ୍ଡ ପ୍ରମୁଖ ମହେଶ୍ୱର ମାଝି, ବାହାନଗା ପ୍ରଖଣ୍ଡ ପ୍ରମୁଖ ଖଗପତି ଜେନା, କାଣ୍ଡଗରଡି ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ରାଉତ, ରେମୁଣା ବ୍ଲକ ସତସଙ୍ଗ ପ୍ରମୁଖ ବଳରାମ ଜେନା, ପ୍ରଶାନ୍ତ ବେହେରା, କୈଳାଶ ରାଉତ, ଲକ୍ଷ୍ମୀଧର ବାରିକ, ଲକ୍ଷ୍ମୀଧର ରାଉଳ, ଅଜିତ୍ ପାଣିଗ୍ରାହୀ, ସମାଜ ସେବୀ ଟୁନୁ ପଟ୍ଟନାୟକ, କାଳିଆ ମହାରଣା, ବସନ୍ତ ରାଉତ, ବୃନ୍ଦାବନ ବାରିକ, ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।