ଦିଲ୍ଲୀପ ଜେନା କେବିଇଏମ ସ୍କୁଲ ନିଦେ୍ର୍ଦଶକ
କାକଟପୁର : କାକଟପୁର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେବିଇଏମ କିଡ୍ସ ପବ୍ଲିକ ସ୍କୁଲର ନୂତନ ନିଦେ୍ର୍ଦଶକ ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ ଜେନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ସ୍କୁଲ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଅନୁଷ୍ଠାନ ଚେୟାରମ୍ୟାନ ଦିବ୍ୟରଞ୍ଜନ ସାହୁ, ବ୍ଲକ ପ୍ରାକ୍ତନ ଶିକ୍ଷାଧିକାରୀ ଦିଲ୍ଲୀପ ଜେନା ଓ ସହ ଶିକ୍ଷାଧିକାରିଣୀ ପଙ୍କଜିନୀ ଦେଇଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅନୁଷ୍ଠାନ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବିଶ୍ୱାଳ, ସହ ନିଦେ୍ର୍ଦଶକ ଆଲୋକ ରଞ୍ଜନ ପାଣିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅତିଥିଙ୍କ କାର୍ଯ୍ୟକାଳ ସମୟରେ ଦକ୍ଷତା ଓ ଶିକ୍ଷାବିଭାଗ ପ୍ରତି ଗୁରୁତ୍ୱ ଉପରେ ସ୍ମୃତିଚାରଣ କରିଥିଲେ । ପରେ ଅନୁଷ୍ଠାନ ଚେୟାରମ୍ୟାନ ଦିବ୍ୟରଞ୍ଜନ ସାହୁ ନୂତନ ନିଦେ୍ର୍ଦଶକ ଭାବେ ଶ୍ରୀଯୁକ୍ତ ଜେନାଙ୍କୁ ସ୍ୱାଗତ କରିଥିଲେ ।