ଗୋରୁ ବୋଝେଇ ବୋଲେରୋ ଉପରେ ବଜରଙ୍ଗୀ ଦଳର ଚଢାଉ, ମାମଲା ରୁଜୁ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସାନଶାସନ ପଞ୍ଚାୟତ ବଡକଣ୍ଟାପଡା ଗ୍ରାମରେ ବେଆଇନ ଗୋରୁ ଚାଲାଣକାରୀ ବୋଲେରୋ ଉପରେ ସ୍ଥାନୀୟ ବଜରଙ୍ଗୀ ଦଳ ପକ୍ଷରୁ ରବିବାର ବିଳମ୍ବିତ ରାତ୍ରରେ ଚଢାଉ କରାଯାଇଥିବା ଜଣାଯାଇଛି । ଗ୍ରାମର ନାରାୟଣ ପେରେଇ ବିଭିନ୍ନ ଅଞ୍ଚଳରୁ ଗୋରୁ ସଂଗ୍ରହ କରି ବିକ୍ରୟ କରିଆସୁଥିଲେ । ଏହା ଉପରେ ବଜରଙ୍ଗୀ ଦଳ ନଜର ରଖିଥିଲା । ରବିବାର ରାତ୍ର ପ୍ରାୟ ୩ଟା ସମୟରେ ଓଡି ୦୨ ସି ୬୪୮୯ନଂ ବୋଲେରୋରେ ୫ଟି ଗୋରୁ ବୋଝେଇ କରି ଚାଲାଣ କରାଯାଉଥିବା ସମୟରେ ନାରାୟଣ ପେରେଇଙ୍କ ଘର ସମ୍ମୁଖ ରାସ୍ତା ଉପରେ ବଜରଙ୍ଗୀ ଦଳ ପକ୍ଷରୁ ଚଢାଉ କରାଯାଇଥିଲା । ସଂପୃକ୍ତ ଗୋ କ୍ରୟ କରିବାକୁ ଆସିଥିବା ୨ଟି ବାଇକ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ସଂପୃକ୍ତ ବୋଲେରୋ ଓ ୨ଟି ଯାକ ବାଇକ କ୍ଷତିଗ୍ରସ୍ତ ହୋଇଥିଲା । ଖବର ପାଇ ମଞ୍ଜୁରୀରୋଡ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚô ଗୋରୁଗୁଡିକୁ ଉଦ୍ଧାର କରିଥିଲା । ମାନସ ବାରିକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ମାତ୍ର ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନଥିବା ଜଣାଯାଇଛି । ଉଦ୍ଧାର ଗୋରୁଗୁଡିକୁ ମଇତାପୁର ଗୋଶାଳାରେ ଛଡାଯାଇଛି ।