ବିନା ଅନୁମତିରେ ଚାଲିଛି ସ୍କୁଲରେ ନାଟକ ରିହରସେଲ୍

 ଓଡାପଡା : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ଥିବା ଅଙ୍କରାନ୍ତିପୁର ସରକାରୀ ଉନ୍ନୀତ ବିଦ୍ୟାଳୟରେ ଚାଲିଛି ନାଟକ ପରିବେଷଣ ପାଇଁ ରେଲସେଲ  । ସରକାରଙ୍କ ଗଣଶିକ୍ଷା ବିଭାଗର କଡା ନିଦେ୍ର୍ଧଶ କୌଣସି ପ୍ରକାରର ବ୍ୟକ୍ତିଗତ ଏବଂ ବେସରକାରୀ ଅନୁଷ୍ଠାନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସର ମଧ୍ୟରେ କରାଯାଇପାରିବ ନାହିଁ  । ବିଦ୍ୟାଳୟର ପରିସର ସ୍ୱଚ୍ଛ ଏବଂ ପରିଷ୍କାର ରଖିବା ପାଇଁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ଲକ୍ଷ ଲକ୍ଷ ଟଙ୍କର ଅନୁଦାନ ଆସୁଛି  । ବିଦ୍ୟାଳୟ ପରିସରରେ ସବୁଜ ସୁନ୍ଦର କରିବା ପାଇଁ ବିଭିନ୍ନ ବୃକ୍ଷଲତା ଲଗାଯିବ ସହ ସିସିଟିଭି ନଜର ମଧ୍ୟ ରଖାଯାଇଛି  । କିନ୍ତୁ ଏକ ସପ୍ତାହ ହେଲା ବିଦ୍ୟାଳୟର ସମସ୍ତ କ୍ଲାସ ରୁମ ମାନଙ୍କରେ ପରିବେଷଣ ଚାଲିଛି ଡ୍ରାମା ରିଅଲସେଲ  । ବିଦ୍ୟାଳୟର ପ୍ରଧାନ ଶିକ୍ଷୟକଙ୍କ ଦାୟିତ୍ୱରେ ଥିବା ଚାବି କିପରି ରିଏଲସେଲ ପାଇଁ ଦିଆଗଲା ଏଥିପାଇଁ କେତେ ମୁଲଚାଲ ହେଇଛି ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେକହିଛନ୍ତି ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବା ପାଇଁ  । ତେବେ ଏଠି ପ୍ରଶ୍ନ ଉଠୁଛି ଜିଲ୍ଲା ବିଭାଗୀୟ ଅଧିକାରିଣୀ ନିଜ ବିଭାଗ ସମ୍ପର୍କିତ ଅଭିଯୋଗବି ଶୁଣିବାକୁ ନାରାଜ ନାକାହା ଚାପରେ ଏପରି ମନ୍ତବ୍ୟ ଦେଉଛନ୍ତି  । ଏ ବାବଦରେ ପ୍ରଧାନ ଶିକ୍ଷୟକଙ୍କୁ ଯୋଗାଯୋଗ କଲେ ଫୋନ ନମ୍ବରକୁ ବ୍ଲାକଲିଷ୍ଟ ପକେଇଦେଉଛନ୍ତି  । ପ୍ରଧାନଶିକ୍ଷକ ଜଣେ ସରକାରୀ ଚାକିରୀ କରିଥିବା ସ୍ୱତେ ସରକାରୀ ନିୟମକୁ ନମାନିବା ଏବଂ ଚାକିରୀକୁ ସରିବାକୁ ଆଉ ଏକ ମାସ ଥିବା ଯୋଗୁ ନିଜର ଅବହେଳା ଏବଂ ମନମାନୀ ଆଜି ପଦାରେ ପଡିଛି  ।