ଜୁଆଆଡ୍ଡାରେ ଚଢ଼ାଉ ; ୪ ଗିରଫ

ଜୁଆଆଡ୍ଡାରେ ଚଢ଼ାଉ ; ୪ ଗିରଫ

  • ଭୁବନେଶ୍ୱର, ୧୭ା୮ : ଗତ ବହୁଦିନ ହେବ ସାଲିଆସାହିରେ ଚାଲିଥିବା ଏକ ଜୁଆଆଡ୍ଡାରେ ଚଢ଼ାଉ କଲା ମୈତ୍ରୀବିହାର ଥାନା ପୁଲିସ । ଘଟଣା ସ୍ଥଳରୁ ୪ ଜଣ ଜୁଆଡିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୮ ହଜାର ଟଙ୍କା, କିଛି ମୋବାଇଲ, ତାସ ଓ ୨ଟି ବାଇକ ଜବତ କରାଯାଇଛି । ଏହି ସମୟରେ ପୁଲିସ କବଳରୁ ୫ ଜଣ ଜୁଆଡି ଫେରାର ହେବାରେ ସଫଳ ହୋଇଛନ୍ତି । ଗିରଫ ୪ ଜୁଆଡି ହେଲେ, ୟୁନିଟ୍-୬ ଅଞ୍ଚଳର ଅଖୟ କୁମାର ଗୋଚ୍ଛୀ, ସାଲିଆସାହିର ରବି ବେହେରା,  ଶ୍ରୀହରି ରେଡ୍ଡୀ ଓ ଦିଗି ମୁର୍ମୁ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ସବୁଦିନ ଭଳି ସାଲିଆସାହି ଜଗନ୍ନାଥ ବିହାରରେ ଚାଲିଥିଲା ଜୁଆଖେଳ । ଏହି ଖବର ମୈତ୍ରୀବିହାର ଥାନା ଅଧିକାରୀ ଖବର ପାଇ ଥାନାର ସ୍ପେଶାଲ ଟିମକୁ ପଠାଇ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଟିମ ୪ ଜଣ ଜୁଆଡିଙ୍କୁ କାବୁ କରିଥିବା ବେଳେ, ବାକି ୫ ଜଣ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ । ଫଳରେ ପୁଲିସ ଟିମ ସେମାନଙ୍କୁ ଥାନାକୁ ଆଣି ପଚରା ଉଚରା ଚଳାଇ ମାମଲା ରୁଜୁକରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ନଗଦ ୧୮ ହଜାର ଟଙ୍କା, ୨ଟି ତାସ, ୨ଟି ବାଇକ, ୬ଟି ମୋବାଇଲ ଜବତ କରିଛି ।