ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥି
ବଲାଙ୍ଗିର : ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ତମ ପୁଣ୍ୟ ତିଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ବିଜେପି କାର୍ଯ୍ୟଳୟ ପଥରଚେପା ଠାରେ ବଲାଙ୍ଗୀର ଜିଲ୍ଲା ବିଜେପି ଏସଟି ମୋର୍ଚ୍ଚା ସଭାପତି ଚିତ୍ରସେନ ଭୋଇଙ୍କ ଅଧକ୍ଷତାରେ ଏହି ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଯୋଗ ଦେଇଥିଲେ । ମଞ୍ଚରେ ଉପସ୍ଥିତ ଥିଲେ ଜିଲ୍ଲା ବିଜେପି ସଭାପତି ଶ୍ରୀବସô ବେହେରା, ମୁଖ୍ୟବକ୍ତା ଡାକ୍ତର ନାରାୟଣ ମିଶ୍ର, ବକ୍ତା ସୁରେଶ ଭୋଇ, ମହେନ୍ଦ୍ର ଠାକୁର, ପଙ୍କଜିନୀ ପଣ୍ଡା, ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାପତି, ମାଧବ ସାଏ, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି । ସଭା ପରିଚାଳନା କରିଥିଲେ ଅମିତ ସିଂ ନିନା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ବିଜେପି ବଲାଙ୍ଗୀର ବ୍ଲକ ସାଂସଦ ପ୍ରତିନିଧି ପୁରୁଷୋତ୍ତମ ସାହୁ, ସମଲେଇ ମଣ୍ଡଳ ସଭାପତି ଲଳିତ ଶର୍ମା, ପଟେଣେଶ୍ୱରୀ ମଣ୍ଡଳ ସଭାପତି ପାର୍ଥ କରଣ, ପ୍ରଶାନ୍ତ ନାୟକ, ଚୂଡ଼ାମଣି ବାରିକ, ଚିତ୍ରସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ ତମ ପୁଣ୍ୟ ତିଥିରେ ତାଙ୍କ ଜୀବନୀ ଓ ଆଦିବାସୀ ମାନଙ୍କ ପ୍ରସଙ୍ଗକକୁ ନେଇ ବକ୍ତାମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପୂର୍ବରୁ ବିଜାଖମନ୍ ଠାରେ ଥିବା ବିର୍ଷାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବଲାଙ୍ଗୀର ବିଜେପି ପକ୍ଷରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ।