ଦୁର୍ନୀତିର ଗନ୍ତାଘର ସାଜିଛି ଫିରିଙ୍ଗିଆ ବ୍ଲକ କାର୍ୟ୍ୟାଳୟ
କନ୍ଧମାଳ: ଦୁର୍ନୀତି ର ଚରମ ସୀମାରେ ପହଁଚିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ୟ୍ୟାଳୟ। କିଛିଦିନ ହେଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟରେ ବହୁ ଅବହେଳା ପରିଲକ୍ଷିତ ହେଉଥିବା ବେଳେ ବିଭାଗୀୟ ଅବହେଳା ପାଇଁ ଏବେ ବ୍ଲକ ଅଧୀନରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଅଧପନ୍ତରିଆ ଭାବରେ ପଡ଼ିରହିଛି । ଆଉ କିଛି ଜାଗାରେ ମୋଟାଆଙ୍କର ପିସି କାରବାର ପାଇଁ ଉନ୍ନୟନ କାମ ଗୁଡ଼ି କ ଅତି ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ତେବେ ବ୍ଲକରେ ହେଉଥିବା ଏହି ପିସି କାରବାରର ମୁଖ୍ୟ କାର୍ପଟଦାର ସାଜିଛନ୍ତି ଖୋଦ ବ୍ଲକରେ କାର୍ୟ୍ୟରତ ସହକାରୀ ଯନ୍ତ୍ରୀ । ବ୍ଲକରେ କାର୍ୟ୍ୟରତ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସରଳତାର ସୁଯୋଗ ନେଇ ଦାୟିତ୍ୱରେ ଥିବା ଏହି ସହକାରୀ ଯନ୍ତ୍ରୀ ଜଣକ ବ୍ଲକର କିଛି କନିଷ୍ଠ ଯନ୍ତ୍ରୀଙ୍କୁ ହାତ କରି ଦୁର୍ନୀତି କରିଆସୁଥିବା ନିକଟରେ ଅଂଚଳର କିଛି ରାଜନୈତିକ ଦଳର ନେତା ଓ କର୍ମୀ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ପଚାୟତିରାଜ ମନ୍ତ୍ରୀଙ୍କ ପାଖରେ ମଧ୍ୟ୍ୟ ଅଭିଯୋଗ କରିଥିବା ସୂଚନା ମିଳିଛି। ଅନ୍ୟପଟେ ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଙ୍କ ଛତ୍ରଛାୟା ତଳେ ବିଭିନ୍ନ ଉନ୍ନୟନ କାମ ନିମ୍ନ ମାନର ହେଉଥିବା ବେଳେ ପିସି ଲାଳସା ରେ ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଜଣକ କାମ ନହୋଇ ମିଛ ବିଲ କରି ବିଭିନ୍ନ ଉନ୍ନୟନ କାମପାଇଁ ଆସୁଥିବା ମୋଟା ଅଙ୍କର ଟଙ୍କାକୁ ଆତ୍ମସାଦ କରୁଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି ଅଂଚଳର କିଛି ବୁଦ୍ଧିଜୀବୀ। ସେପଟେ କାମ କରି ବର୍ଷବର୍ଷ ବିତିଯାଇଥିଲେ ମଧ୍ୟ୍ୟ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା ପାଇଁ ବିଲ ହୋଇ ପାରୁନଥିବାରୁ ସାଧାରଣରେ ଅଂଚଳରେ କାମ କରୁଥିବା ଛୋଟଛୋଟ ଠିକାଦାର ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାପାଇଁ ଅଂଚଳର ଠିକାଦାର ମାନଙ୍କ ମଧ୍ୟ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ବର୍ତମାନ ଦେଖିବାକୁ ଗଲେ ଏହି ପିସି କାରବାର ପାଇଁ ଅଂଚଳର ଠିକାଦାର ପାଇଁ ନିମ୍ନମାନର କାମ କରିବା ପାଇଁ ବାଧ୍ୟ ହେଉଛନ୍ତି। ନିକଟରେ ଏଭଳି ଏକ ନିମ୍ନମାନର କାମ ଦେଖିବାକୁମିଳିଛି ଏହି ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ମୁଣ୍ଡା ସାହି ନିକଟରେ। ଏହି ମୁଣ୍ଡା ସାହି ଠାରେ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ଅଧୀନରେ ଚାଲିଥିବା ଏକ ଚେକଡ୍ୟାମ କାମ ଅତିନିମ୍ନ ମାନର ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଚେକ ଡ୍ୟାମରେ ବ୍ୟବହୃତ ହେଉଥିବା କଞ୍ଚାମାଲ ଅତି ନିମ୍ନମାନର ହେଉଥିବା ବେଳେ ଏହି କାମଟି ମଧ୍ୟ୍ୟ ସମ୍ପୃକ୍ତ ସହକାରୀ ଯନ୍ତ୍ରୀଙ୍କ ଜ୍ଞାତସାରରେ ଚାଲିଥିବା ଏବେ ଆଲୋଚନାର ବିଷୟ ପାଲଟିଛି। ସେପଟେ ଚେକଡ୍ୟାମ କାମରେ ଲାଗିଥିବା ସୂଚନା ଫଳକରେ କୌଣସି ସୂଚନା ନଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଚେକଡ୍ୟାମ କମିଟିକୁ ଅଂଚଳର ଏକ ହାଇସ୍କୁଲରେ କାର୍ୟ୍ୟରତ ଜଣେ ସରକାରୀ ଶିକ୍ଷକଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଅଂଚଳରେ ଅନେକ ଠିକାଦାର କାମଧନ୍ଦା ଅଭାବରୁ ଘରେ ବସି ରହିଥିବା ବେଳେ ଜଣେ ସରକାରୀ ବେତନ ଭୋଗୀ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ କିଭଳି ଭାବରେ ଏହି ଚେକଡ୍ୟାମ କାମଟିକୁ କରିବା ପାଇଁ ଦେଲା। ନା ଶିକ୍ଷକଙ୍କୁ ଏହି କାମ କରିବାକୁ ଦେବାରେ ବ୍ଲକ ପ୍ରଶାସନ କିମ୍ବା ବ୍ଲକ ରେ କାର୍ୟ୍ୟରତ ସହକାରୀ ଯନ୍ତ୍ରୀଙ୍କ କଣ ସ୍ୱାର୍ଥ ରହିଛି ନା ଶିକ୍ଷକଙ୍କ ସହକାରୀ ଯନ୍ତ୍ରୀ ଙ୍କ ସହ ଭିତିରିଆ ଶଳାଶୁତୁରା ରହିଛି ତାହାକୁ ନେଇ ତଦନ୍ତ ଆବଶ୍ୟକ ବୋଲି ଅଂଚଳର ବୁଦ୍ଧିଜୀବୀ ମନେ ମତ ଦେଇଛନ୍ତି। ସେପଟେ ଏହି ଶିକ୍ଷକ ଓ ତାଙ୍କୁ ଦିଆଯାଇଥିବା କାମ ବିଷୟରେ ଦାଇତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ଯନ୍ତ୍ରୀ ଜଣକ ତଥ୍ୟ ଦେବା ପରିବର୍ତ୍ତେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ସେପଟେ କାମ ବିଷୟରେ ପଚାରିଲେ ଶିକ୍ଷକଙ୍କ କାମକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଥିବା ବେଳେ ଫିରିଙ୍ଗିଆରେ କାର୍ୟ୍ୟରତ ସାମ୍ବାଦିକ ମାନେ ଅର୍ଥ ଆଦାୟ ପାଇଁ ଜାଣିଶୁଣି ମୋ ଉପରେ ଦୋଷ ଲଦୁଛନ୍ତି ବୋଲି ସାମ୍ବାଦିକ ମାନଙ୍କୁ ଧମକ ଦେଉଛନ୍ତି। ସେପଟେ ଏଭଳି ଦୁର୍ନୀତିଖୋର ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅଂଚଳରେ ଦିନକୁଦିନ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ଏହି ସହକାରୀ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ୟ୍ୟନୁଷ୍ଠାନ ଦାବି କରିଛନ୍ତି ଅଂଚଳବାସୀ। ଏହାସହ ଯନ୍ତ୍ରୀଙ୍କ କାର୍ୟ୍ୟକଳାପ ଉପରେ ଖୋଦ କନ୍ଧମାଳ ଜିଲ୍ଲାପାଳ ହସ୍ତକ୍ଷେପ କରି ତ୍ୱରିତ ବଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ବୋଲି ଆଲୋଚନା ପର୍ୟ୍ୟାଲୋଚନା ଜାରିରହିଛି।