ବାଲି ବୋଝେଇ ହାଇୱା ଜବତ
ପାଣିକୋଇଲି : ଏହି ଥାନା ଅନ୍ତର୍ଗତ ସଠିପୁର ନିକଟରୁ ଯାଜପୁର ଖଣି ବିଭାଗ ଦୁଇ ଚୋରା ବାଲି ବୋଝେଇ ହାଇୱା ଜବତ କରି ପୁଲିସ ଜିମାରେ ଦେଇଛି । ଖଣି ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଚାଳକଙ୍କୁ କୋର୍ଟ ଚାଲାଣ କରିଛି । ଖବର ମତେ ଜୁନିୟର ଖଣି ଅଫିସର ବିଶ୍ୱଜିତ ସ୍ୱାଇଁ ଏନଫୋର୍ସମେଣ୍ଟ ଟିମ୍ ସହିତ ସଠିପୁର ଠାରେ ଚେକିଂ କରୁଥିବା ବେଳେ, ଓଡ଼ି୨୨ଭି୪୯୮୯ ନଂ ବାଲି ବୋଝେଇ ହାଇୱାକୁ ଅଟକାଇ ଯାଞ୍ଚ କରିଥିଲେ । ମାତ୍ର ଉକ୍ତ ଗାଡ଼ିର ଚାଳକ କୈାଣସି ବୈଧ କାଗଜ ପତ୍ର ଦେଖାଇପାରି ନଥିଲା । ଉକ୍ତ ବାଲି ଗୁଡ଼ିକ ଚୋରା ଚାଲାଣ ହେଉଛି ଜାଣିପାରି ଶ୍ରୀ ସ୍ୱାଇଁ ହାଇବାକୁ ଜବତ କରିବା ସହିତ ଚାଳକକୁ ପୁଲିସର ଜିମା ଦେଇଥିଲେ । ଏନେଇ ଶ୍ରୀ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ୧୬୭/୨୫ ଋଜୁ କରିବା ସହିତ ହାଇୱାର ଚାଳକ ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ ପ୍ରଦୀପ ସିଂକୁ କୋର୍ଟ ଚାଲାଣ କରିଛି । ସେହିପରି ଜୁନିୟର ଖଣି ଅଫିସର ଛାୟାକାନ୍ତ ମହାନ୍ତ ଚେକିଂ କରୁଥିବା ବେଳେ, ଓଡ଼ି୩୪ଏନ-୦୫୭୪ ନ ଏକ ଚୋରା ବାଲି ବୋଝେଇ ହାଇବାକୁ ସଠିପୁର ଠାରେ ଜବତ କରି ପାଣିକୋଇଲି ଥାନା ଜିମା ଦେଇଥିଲେ । ଏ ନେଇ ଶ୍ରୀ ମହାନ୍ତଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଚାଳକ ଏହି ଥାନା ଅନ୍ତର୍ଗତ ବାଲିପଶି ଗ୍ରାମର ଋଷିନାଥ ନାୟକଙ୍କ ପୁଅ ଶୁକ୍ରା(୨୦)କୁ କୋର୍ଟ ଚାଲାଣ କରିଛି ।