ଗ୍ରାହକଙ୍କ ଟଙ୍କା ହଡପ ଘଟଣା; ଅଡିଟ ଟିମ ଦ୍ୱାରା ୟୁକୋ ବ୍ୟାଙ୍କରେ ତଦନ୍ତ ଜାରି

 ଜାରକା: ଧର୍ମଶାଳା ୟୁକୋ ବ୍ୟାଙ୍କର କେତେକ ଗ୍ରାହକଙ୍କ ଏକାଉଂଟରୁ ପାଖାପାଖି ୨୭ ଲକ୍ଷ ଟଙ୍କା ହଡ଼ପ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ହଡପ ଶିକାର ହୋଇଥିବା ଗ୍ରାହକ ଦୀର୍ଘ ମାସ ହେଲା ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସ ଠାରୁ ନ୍ୟାୟ ନପାଇବା ପରେ ଆନେ୍ଦାଳନ ପାଇଁ ଚେତାବନୀ ଦେଇଥିଲେ । ସୋମବାର ଗ୍ରାହକ ଶାଖା ପରିଚାଳକ ଓ ଥାନା ଅଧିକାରୀଙ୍କୁ ଭେଟି ଆନେ୍ଦାଳନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ସପ୍ତାହ ମଧ୍ୟରେ ଯଦି ସେମାନଙ୍କ ହଡପ ଟଙ୍କା ଫେରସ୍ତ କରାନଯାଏ ତେବେ ବ୍ୟାଙ୍କ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ଦାବି ଜଣାଇଥିଲେ । ଏହି ଦାବିକୁ ଶାଖା ପରିଚାଳକ ବ୍ୟାଙ୍କର ଆଞ୍ଚଳିକ ଅଧିକାରୀଙ୍କୁ ଅବଗତ କରିଥିଲେ । ତେବେ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ୟୁକୋ ବ୍ୟାଙ୍କ ଅଡିଟ ଟିମ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ବେଳେ ତାହା ଆଜିମଧ୍ୟ ଜାରୀ ରହିଛି । ଶାଖା ପରିଚାଳକ ଜୟଦେବ ତ୍ରିପାଠୀଙ୍କ ତତ୍ୱାବଧାନରେ ଦୁଇ ଜଣ ଅଧିକାରୀ ଅଭୟପୁର ଗ୍ରାମର ଗ୍ରାହକ ଶିବ ପ୍ରଧାନଙ୍କ ଘରକୁ ଯାଇ ବ୍ୟାଙ୍କର ଅଣ କର୍ମଚାରୀ ତଥା ବିସି ପ୍ରକାଶ ରଣା ଦ୍ୱାରା କିପରି ଟଙ୍କା ହଡପ ହୋଇଥିଲା ସେ ସଂପର୍କରେ ପଚାରି ବୁଝିଥିଲେ । ଶିବଙ୍କର ୬ ଲକ୍ଷ ଟଙ୍କାର ନକଲି ଫିକ୍ସ ଡିପୋଜିଟ ବଣ୍ଡ ଓ ଏଟିଏମ୍ ଦ୍ୱାରା ଟଙ୍କା ଉଠାଣ ହୋଇଥିବା ୧୨ଲକ୍ଷ ଟଙ୍କାର ବ୍ୟାଙ୍କ ଷ୍ଟେଟମେଂଟ ଆଦି ଯାଞ୍ଚ କରିଥିଲେ । ସେହିପରି ଶିବଙ୍କ ପନôୀ ଓ ଝିଅଙ୍କ ଏକାଉଂଟରୁ ମଧ୍ୟ ୧ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଷ୍ଟେଟମେଣ୍ଟ ଦେଖିଥିଲେ । ହଡପର ଶିକାର ହୋଇଥିବା ଅନ୍ୟ ଗ୍ରାହକ ମାନଙ୍କୁ ପରବର୍ତ୍ତି ପର୍ଯ୍ୟାୟରେ ଭେଟି ତଥ୍ୟ ସଂଗ୍ରହ କରିବେ ବୋଲି ଜଣାପଡିଛି ।