ଘର ଭିତରୁ ଚୋରା ବନ୍ଧୁକ ଜବତ; ଅଭିଯୁକ୍ତ କୋର୍ଟ ଚାଲାଣ

 କାଳିଆପାଣି: କାଳିଆପାଣି ପୁଲିସ ଏକ ଚୋରା ବନ୍ଧୁକ ସହିତ ଅଭିଯୁକ୍ତକୁ ଗିରଫ କରି ୮୮/୨୫ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ପଟଣା ଗ୍ରାମର (ଦଲକ ସାହି)ସ୍ୱର୍ଗତ ସିପେଇ ମାରଣ୍ଡିଙ୍କ ପୁଅ ଶ୍ରୀ ମିର୍ଜା ମାରଣ୍ଡି । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ମିର୍ଜା ମାରାଣ୍ଡି ଘରକୁ କାଳିଆପାଣି ପୁଲିସ ଅତର୍କିତ ପହଁଚି ଯାଞ୍ଚ କଲାବେଳେ ଘର ଭିତରୁ ଗୁଳି ଲୋଡ ଥିବା ଏକ ଦେଶୀ ବନ୍ଧୁକ(ରାଇଫଲ)ସହିତ ଏକ ଭଙ୍ଗା ରୁଜା ପୁରୁଣା ବନ୍ଧୁକର କିଛି ଅଂଶ ଜବଦ କରିଥିଲା । କାଳିଆପାଣି ଥାନାର ଏଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆସାମୀ ମିର୍ଜା ମାରାଣ୍ଡି ଖସିଯିବାର ବିଫଳ ଚେଷ୍ଟା କରି ଧରା ପଡିଥିଲା । ପୁଲିସ ପକ୍ଷରୁ ସୂଚନା ମିଳିଛି ଯେ ମିର୍ଯ୍ୟା ମାରାଣ୍ଡିଙ୍କ ବାପା ଉକ୍ତ ବନ୍ଧୁକଟିକୁ ଶିକାର କରିବା ପାଇଁ ୧୦ବର୍ଷ ପୂର୍ବରୁ କିଣିଥିଲେ । ତାଙ୍କ ବାପାଙ୍କ ମୃତୁ୍ୟ ପରେ ସେ ଉକ୍ତ ବନ୍ଧୁକ ସାହାଯ୍ୟରେ ନିକଟସ୍ଥ ଜଙ୍ଗଲରୁ ବାରହା ଇତ୍ୟାଦି ଜଙ୍ଗଲ ଜନ୍ତୁଙ୍କୁ ଶିକାର କରିଥାଏ । ତେବେ ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଯଦି କାଳିଆପାଣି ପୁଲିସ ଚୋରା ବନ୍ଧୁକ ରଖି ଲୋକେ ଜଙ୍ଗଲରୁ ଜୀବଜନ୍ତୁ ଶିକାର କରିବା ପାଇଁ ବନ୍ଧୁକ ରଖିଛନ୍ତି ବୋଲି ଖବର ପାଉଛି ତେବେ ରାଁସୋଳ ସେକ୍ସନ ବନବିଭାଗ ପାଖରେ ଏହାର ଖବର ମିଳୁନି କିପରି? ସାଧାରଣରେ ଚର୍ଚ୍ଚା ଯେ ବର୍ତମାନ ରାଁସୋଳ ସେକ୍ସନ ବନବିଭାଗ ସହିତ କାହିଁ ଚୋରା ଶିକାରୀଙ୍କ ବନ୍ଧୁତ୍ୱ ସଂପର୍କ ନାହିଁ ତ? ।