ଅଙ୍ଗନବାଡ଼ି ଘର ଶୁଭ ଦେଲେ ଗ୍ରାମବାସୀ
ବୈତରଣୀ ରୋଡ଼ : କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତ ଖଜୁରୀନାଲୁଆ ଗ୍ରାମକୁ ଅଙ୍ଗନବାଡ଼ି ଗୃହ ନିର୍ମାଣର୍ଥେ ଅର୍ଥ ମଞ୍ଜୁରୀ କରାଯାଇଥିଲା । ଉକ୍ତ କାର୍ଯ୍ୟ ପାଇଁ ୭ଲକ୍ଷ ଟଙ୍କା ୨୦୧୭ ମସିହା ସମୟରୁ କାମ ନହୋଇ ପଡ଼ିରହିଥିଲା । ବିବାଦୀୟ ପରିସ୍ଥିତିରେ ଗୃହ ନିର୍ମାଣ ଅଟକି ରହିଥିଲା । ସରକାରଙ୍କ ମହିଳା ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଅଟକିଥିବା ଗୃହ କାର୍ଯ୍ୟ ନିମନ୍ତେ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ଦେଖାଦେଇଛି । ଯାହାକୁ ନେଇ ବିଧାୟକ ଆକାଶ ଦାସ ନାୟକଙ୍କ ନେତୃତ୍ୱରେ ପଞ୍ଚାୟତ ସରପଞ୍ଚ ଲିପ୍ସା ପରିଡ଼ା, ସମିତିସଭ୍ୟ ରଶ୍ମିରଞ୍ଜନ ପରିଡ଼ା, ପ୍ରମୁଖ କାର୍ଯ୍ୟକର୍ତା ସହ ଆଲୋଚନା ମାଧ୍ୟମରେ ଅଟକିଥିବା କାର୍ଯ୍ୟକୁ ଆରମ୍ଭ ନିଷ୍ପତି ନିଆଯାଇଥିଲା । ଆଜି ଉକ୍ତ ଗୃହ ଶୁଭ ଦେବା କାର୍ଯ୍ୟରେ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି ଶୁଭ ପକାଇଥିଲେ । ଗାଁ ଲୋକଙ୍କ ମଧ୍ୟରେ ମଧୁସୂଦନ ଖଣ୍ଡେଇ, ହରିହର ସେନାପତି, ଅଭିରାମ ସାହୁ, ନରେନ୍ଦ୍ର ମହାପାତ୍ର, ବାଇଧର ସାହୁ, କୈଳାସ ଜେନା, ଭାଗବତ ଜେନା ପ୍ରମୁଖ ଗ୍ରାମବାୀମାନେ ଶୁଭ କାର୍ଯ୍ୟରେ ସହଯୋଗ କରିଥିଲେ ।