ଚଣ୍ଡିଖୋଲରେ ଜେଏମ୍ଏଫ୍ସି କୋର୍ଟ ଉନ୍ମୋଚନ
ଯାଜପୁର : ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନଙ୍କ ଦ୍ୱାରା ଚଣ୍ଡିଖୋଲ କୋର୍ଟ ପରିସରରେ ଜେଏମ୍ଏଫ୍ସି କୋର୍ଟ ଉଦ୍ଘାଟନ କରିଛନ୍ତି । ଉକ୍ତ କୋର୍ଟ ଖୋଲିବା ଦ୍ୱାରା ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଉପସ୍ଥିତ ଥିଲେ । ସ୍ମୃତି ଅଭିଳାଷା, ଅତିରିକ୍ତ ସିଭିଲ ଜଜ୍ ତଥା ଜେଏମ୍ଏଫ୍ସି ଭାବେ ନିଯୁକ୍ତି ହୋଇଛନ୍ତି । ଏହି ଅବସରରେ କୋର୍ଟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରଜଜ୍ ଗୋପବନ୍ଧୁ ଗଡ଼ନାୟକ, ସବଜଜ୍ ବିଶ୍ୱଦୀପକ ସାହୁ, ଜେଏମ୍ଏଫ୍ସି ଶ୍ରୀମୟୀ ନନ୍ଦ ପ୍ରମୁଖଙ୍କ ସହିତ ବାର ଆସୋସିଏସନ୍ ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।