ଜିଲାସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ
ଯାଜପୁରଟାଉନ : ଶନିବାର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ୧୨ତମ ଆନ୍ତଃର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳନ ହୋଇଯାଇଛି । ସମାଜସେବୀ ବିଜୟ କୁମାର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭୂଲେଖ ବନେ୍ଦାବସ୍ତର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲିକ ଉଦ୍ଘାଟନ କରି ସମାଜ ପ୍ରତି ସେବା ମନୋଭାବ ରଖି କାର୍ଯ୍ୟକଲେ ଆନନ୍ଦ ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡ଼.ଦାମୋଦର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଆଧ୍ୟାତ୍ମବାଦୀ ବିମ୍ବାଧର ଧଳ, ବରିଷ୍ଠ ଆଇନଜୀବୀ ଅବନି ସାହୁ ପ୍ରମୁଖ ଯୋଗଦେଇ ଚଳିତ ବର୍ଷର ଥିମ ପଡୋଶୀଙ୍କ ସହ ସୁ-ସମ୍ପର୍କ ଓ ଖୁସି ବାଣ୍ଟିବା ଓ ସେବାର ମନୋବୃତି ନେଇ କାର୍ଯ୍ୟ କରିବା ଉଚିତ ବୋଲି ସୂଚନା ଦେଇଥିଲେ । ଏଥିସହ କିଟ୍ ଓ କିସ୍ର ପ୍ରତିଷ୍ଠାତା ପ୍ରଫେସର ଡ଼.ଅଚୁ୍ୟତ ସାମନ୍ତଙ୍କ ଏହି ପରିକଳ୍ପନା ଓ ମହତ ଉଦେ୍ଦଶ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ । କଳିଙ୍ଗ ଟିଭିର ପ୍ରତିନିଧି ଅବିନେଶ୍ୱର ଶତପଥୀ କାର୍ଯ୍ୟକ୍ରମର ଉଦେଶ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ପ୍ରତିନିଧି ଦେବାଶିଷ ସାହୁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ବିଶ୍ୱଜିତ କର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଯାଜପୁର ଓ ସିଂହପୁରର ବରିଷ୍ଠ ନାଗରୀକ ମଞ୍ଚ, ସରସ୍ୱତୀ ଶିଶୁ ମନ୍ଦିର, ଅନ୍ୱେଷଣ ନାଟ୍ୟ ସଂସ୍ଥା, ଆହ୍ୱାନ ନାଟ୍ୟାନୁଷ୍ଠାନ, ନିତ୍ୟ ଯୋଗ ସମିତି, ଶିକ୍ଷାବିତ୍, ସମାଜସେବୀ ଯୋଗ ଦେଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
