ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ 


ନିଆଳି :  ନିଆଳି ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପ୍ରାଚୀ ନଦୀ ଘାଟରେ ପାଳିତ ହୋଇଛି । ପ୍ରାଚୀ ନଦୀ ଘାଟରେ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ତିଳତର୍ପଣ କରିଛନ୍ତି । ବିଜୁ ଜନତା କର୍ମୀ ଓ ନେତା ବ୍ଲକ୍ ସଭାପତିଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା । ନିଆଳି ବଜାରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବ୍ଲକ୍ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଦେବାଶୀଷ ଷଢଙ୍ଗୀ, ସୌଦାମିନୀ ମହାପାତ୍ର, ସରପଞ୍ଚ ବିଜୟରାମ ପଣ୍ଡା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନ୍ୟାୟବ୍ରତ ରାଉତ, ଅଭିମନୁ୍ୟ ମଲ୍ଲିକ, ଶେଖ୍ ହସନ୍, ଅତୁଲ୍ୟ ଜେନା, ପ୍ରଦୀପ ଦାସ, ବିଷ୍ଣୁ ସ୍ୱାଇଁ, ଅରକ୍ଷିତ ବାରିକ, ସରପଞ୍ଚ ସୁରେଶ ପଟ୍ଟନାୟକଙ୍କ ସିମିତ ଶତାଧିକ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ ।