ଚନ୍ଦ୍ରଶେଖର କଲେଜର ନୈରାଶ୍ୟଜନକ ଫଳାଫଳ
ଚମ୍ପୁଆ : ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ, ଚନ୍ଦ୍ରଶେଖର କଲେଜ ଚମ୍ପୁଆ, ଛାତ୍ରଛାତ୍ରୀ ମାନଙ୍କଳ ପ୍ରଦର୍ଶନ ମୋଟ ଉପରେ ନୈରାଶ୍ୟଜନକ ରହିଛି । +୨ କଳାରେ ଚଳିତବର୍ଷ ମୋଟ ୨୬୪ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ପ୍ରଥମ ଶ୍ରେଣୀରେ,୨୪ ଜଣ ଦ୍ୱିତୀୟ ଶ୍ରେଣୀରେ,୧୪୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ୭୧ଜଣ ଫେଲ ହୋଇଛନ୍ତି ଏବଂ ୭ଜଣ ପରୀକ୍ଷା ସମୟରେ ଅନୁପସ୍ଥିତ ରହିଥିଲେ । ସେହିପରି ଯୁକ୍ତ ଦୁଇ ବିଜ୍ଞାନରେ ଚଳିତ ବର୍ଷ ଚନ୍ଦ୍ରଶେଖର କଲେଜର ମୋଟ ୧୩୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୬ଜଣ, ତୃତୀୟ ଶ୍ରେଣୀରେ ୬୦ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୫୪ଜଣ ଫେଲ ହୋଇଛନ୍ତି ଏବଂ ୬ଜଣ ପରୀକ୍ଷା ସମୟରେ ଅନୁପସ୍ଥିତ ରହିଥିବା ଜଣାପଡିଛି । ତେବେ ମୋଟାମୋଟି ଭାବରେ ଚନ୍ଦ୍ରଶେଖର କଲେଜର ଯୁକ୍ତ ଦୁଇ ଫଳାଫଳ ନୈରାଶ୍ୟଜନକ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏନେଇ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।