ଚାକିରି ଅନ୍ୱେଷଣରେ ନରହି ଚାକିରିଦାତା ହୁଅ
ବ୍ରହ୍ମପୁର ଚାକିରି ଅନ୍ୱେଷଣରେ ନରହି ଚାକିରିଦାତା ହୁଅଚାକିରି ଅନ୍ୱେଷଣରେ ନରହି ଚାକିରିଦାତା ହୁଅ: ବିଶ୍ୱରେ ବର୍ଦ୍ଧିତ ଭୂ-ରାଜନୈତିକ ପରିବର୍ତ୍ତନର ଦୃଶ୍ୟପଟ୍ଟରେ ଶିକ୍ଷା ଏବଂ ବିଜ୍ଞାନ ହେଉଛି ଉତ୍ତମ ଭବିଷ୍ୟତ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଏହା ଆମ ପାଇଁ ସମୃଦ୍ଧି ଏବଂ ଖୁସିକୁ ସୁରକ୍ଷିତ କରେ ବୋଲି ଶନିବାର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର) ବ୍ରହ୍ମପୁରର ପଞ୍ଚମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଆଇଜର ବ୍ରହ୍ମପୁର ଦେଶର ଏକ ପ୍ରମୁଖ ଉଚ୍ଚÿ ଶିକ୍ଷାନୁଷ୍ଠାନ ଭାବେ ପରିଣତ ହୋଇଛି । ୨୦୧୬ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆଇଜର ବ୍ରହ୍ମପୁର ଧିରେ ଧିରେ ଏକ ପୂର୍ଣ୍ଣାଙ୍ଗ ରୂପ ନେଉଛି । ଏହା ଅତ୍ୟାଧୁନିକ ଜ୍ଞାନର ସରସ୍ୱତୀ ମନ୍ଦିର ଭାବେ ଗଢିଉଠିଛି । ଗତବର୍ଷ ଫେବୃଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କ୍ୟାମ୍ପସର ୧୫ଟି ନୂତନ କୋଠା ଦେଶ ଉଦେ୍ଦଶ୍ୟରେ ଉସôର୍ଗ କରିଥିଲେ । ଏହା କେବଳ ବ୍ରହ୍ମପୁର ପାଇଁ ନୁହେଁ ବରଂ ଶିକ୍ଷା-ନେତୃତ୍ୱାଧୀନ ରାଷ୍ଟ୍ର ନିର୍ମାଣ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ । ଭାରତର ବୈଜ୍ଞାନିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ ହେଲେ ଆଇଜରରେ ଅଧିକ ନିବେଶ କରିବାକୁ ହେବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆଇଜର ବ୍ରହ୍ମପୁର ଜ୍ଞାନ ପରମ୍ପରାର ମହାନ ଐତିହ୍ୟକୁ ଆଗକୁ ବହନ କରୁଛି । ପ୍ରତିଷ୍ଠା ପର ଠାରୁ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ବିଶ୍ୱର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ଓ ନବସୃଜନ ପରିସଂସ୍ଥାନରେ ଯୋଗଦାନ ଦେଉଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଚାକିରି ଅନ୍ୱ୍ୱେଷଣରେ ନରହି ଚାକିରିଦାତା ହେବା ପାଇଁ ଆହ୍ୱାନ କରିଥିଲେ । ଏହାସହ ଆଇଜର ବ୍ରହ୍ମପୁର ଛାତ୍ରଛାତ୍ରୀଙ୍କୁ ପଖାଳ, ଗିରିଜା ରେଣ୍ଟୁରାଣ୍ଟର ସ୍ନାକ୍ସର ସ୍ୱାଦ ଚାଖିବା ସହ ବ୍ରହ୍ମପୁର ଏବଂ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବୁଲିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ସେଣ୍ଟରାଲ୍ ଆଡଭାନ୍ସଡ ଇନଷ୍ଟ୍ରୁମେନଟେନସନ (ସିଏଆଇଏଫ) ସୁବିଧା, ରିସର୍ଚ୍ଚ ବ୍ଲକ, ଲାଇବ୍ରେରୀ ଏବଂ କର୍ମଚାରୀ ଆବାସର ଉଦଘାଟନ କରିବା ସହ ବୃକ୍ଷରୋପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଆଇଜର ବ୍ରହ୍ମପୁରର ନିଦେ୍ର୍ଦଶକ ଅଶୋକ କୁମାର ଗାଙ୍ଗୁଲି, ଚେୟାରମ୍ୟାନ ତଥା ବୋର୍ଡ ଅଫ୍ ଗଭର୍ଣ୍ଣର ପ୍ରଫେସର ଅରବିନ୍ଦ ଏ ନାଟୁ ପ୍ରମୁଖ ଉପସ୍ଥିତ ଥିଲେ ।