ଚାକିରି ନାଁରେ ୧୧ଲକ୍ଷ ଠକେଇ ; ଶିକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଗିରଫ

ଚାକିରି ନାଁରେ ୧୧ଲକ୍ଷ ଠକେଇ ; ଶିକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଗିରଫ


 ଭୁବନେଶ୍ୱର, ୧୩ା୬ : ଓଡ଼ିଶା ରେଭୁନୁ୍ୟ ବିଭାଗରେ ରେଭୁନୁ୍ୟ ଇନ୍ସପେକ୍ଟର ଭାବେ ନିଯୁକ୍ତି କରାଇ ଦେବାର ପ୍ରତିଶୃତି ଦେଇ ୧୧ ଲକ୍ଷ ଚଳୁ । ଥାନାରେ ଅଭିଯୋଗ ପରେ କ୍ୟାପିଟାଲ ଥାନା ପୁଲିସ ୩୦୬ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଗୁରୁବାର ଦିନ ଜଣେ ଶିକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗିରଫ କରିଛି । ପରେ ତାଙ୍କୁ ଦଫା ୪୧୯, ୪୨୦, ୨୯୪, ୫୦୬ ଆଇପିସି ଧାରାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, ନୟାଗଡ଼ ଜିଲ୍ଲା ଶିମିଳି ସାହିର ଭୀମସେନ ମହାରଣା । ଏଠାରେ ସେ କ୍ୟାପିଟାଲ ଥାନା ଅଧିନ ୟୁନିଟ୍-୮ କ୍ୱାଟର ନମ୍ବର ୨ଆରବି/୧୫/୪ରେ ରହିଆସୁଥିଲେ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଜ୍ଞାନ ରଞ୍ଜନ ସେଠୀ କେନ୍ଦ୍ରପଡ଼ା ବାସିନ୍ଦା ହୋଇଥିବା ବେଳେ, ପ୍ରତିଯୋଗୀତା ମୂଳକ ପରୀକ୍ଷା ଲାଗି ସେ ଭୁବନେଶ୍ୱରର ସୂଚନା ଭବନ ପାଠାଗାରରେ ପ୍ରସ୍ତୁତି ଚଳାଇଥିଲେ । ଗତ ୨୦୨୧ ମସିହାରେ ସେ ଅଭିଯୁକ୍ତ ଭୀମସେନ ମହାରଣାଙ୍କ ସଂସ୍ପର୍ଶରେ ଆସିଥିଲେ । ସେତେବେଳେ ଅଭିଯୁକ୍ତ ଜଣକ ଉଚ୍ଚ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ । ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଓଡ଼ିଶା ରେଭୁନୁ୍ୟ ବିଭାଗରେ ରେଭୁନୁ୍ୟ ଇନ୍ସପେକ୍ଟର ଭାବେ ନିଯୁକ୍ତି କରାଇ ଦେବାର ପ୍ରଲୋଭନ ଦେଖାଇ ପ୍ରତିଶୃତି ଦେବା ସହିତ ୧୧ ଲକ୍ଷ ଟଙ୍କା ଦାବୀ କରିଥିଲେ । ହେଲେ ଅଭିଯୋଗକାରୀଙ୍କ ଆର୍ଥôକ ଅବସ୍ଥା ଭଲ ନଥିବାରୁ ସେ ବହୁ କଷ୍ଟରେ ଯୋଗାଡ କରି ଗତ ୨୦.୮.୨୦୨୧ରୁ ୧୨.୯.୨୦୨୧ ରିଖ ମଧ୍ୟରେ ସୂଚନା ଭବନ ପାଠାଗାର ନିକଟରେ ଅଭିଯୁକ୍ତ ଭୀମସେନଙ୍କୁ ଦେଇଥିଲେ । ଟଙ୍କା ଦେବାର କିଛିଦିନ ବିତିଯିବା ପରେ କୌଣସି ଏକ ବିଶେଷ ସୁତ୍ରରୁ ଅଭିଯୁକ୍ତ ଜଣକ ତାଙ୍କୁ ଠକିଥିବା ଜାଣିବା ପରେ ଅଭିଯୋଗକାରୀ ତାଙ୍କୁ ଦେଇଥିବା ଟଙ୍କା ଫେରସ୍ତ କରିବାକୁ କହିଥିଲେ । ହେଲେ ବାରମ୍ବାର ଟଙ୍କା ଫେରସ୍ତ ଲାଗି ଅନୁରୋଧ କରିବା ପରେ ସେ କଷ୍ଟରେ ୩ ଲକ୍ଷ ୭୫ ହଜାର ଟଙ୍କା ଫେରସ୍ତ କରିଥିବା ବେଳେ ବାକି ଟଙ୍କା ସବୁ ୧୨.୫.୨୦୨୩ ତାରିଖ ମଧ୍ୟରେ ଫେରାଇବା ଲାଗି ୦୬.୦୪.୨୦୨୩ ତାରିଖ ଦିନ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ । ହୋଇଥିବା ଚୁକ୍ତି ପରେ ଅଭିଯୁକ୍ତ ମାତ୍ର ଆଉ ୭୫ ହଜାର ଟଙ୍କା ଫେରାଇବାରେ ସକ୍ଷମ ହୋଇଥିଲେ । ବାକି ଟଙ୍କା ପାଇଁ ୨ଟି ବ୍ୟାଙ୍କର ୪ଟି ଚେକ୍ ଦେଇଥିବା ବେଳେ ତାହା ପରବର୍ତ୍ତି ସମୟରେ ବାଉନ୍ସ ହୋଇଯାଇଥିଲା । ଏନେଇ ଅଭିଯୁକ୍ତକୁ ଅଭିଯୋଗକାରୀ ପୁଣି ଟଙ୍କା ଫେରାିବାକୁ କହିବାରୁ ସେ ତାଙ୍କୁ ଟଙ୍କା ଦେବାକୁ ମନା କରିବା ସହ ଗାଳିଗୁଳଜ କରିଥିଲେ । ଏନେଇ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଆଜି ଗିରଫ କରିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଭୀମସେନ ଏକ ଠକେଇ ମାମଲାରେ ଇଓଡବ୍ଲୁ୍ୟ ଦ୍ୱାରା ଗିରଫ ହୋଇ ୨୦୨୧ ମସିହାରେ ଜେଲ ଯାଇଥିଲେ ।