ସିରିଡି ସାଇ ବାବାଙ୍କ ଚଭାଡି ଶୋଭାଯାତ୍ରା
ନିଶ୍ଚିନ୍ତକୋଇଲି: ନେମାଳ ଥାନା ଅନ୍ତର୍ଗତ ଦାଉଦପୁର ପଞ୍ଚାୟତରେ ଅବସ୍ଥାପିତ କରୁଣାମୟୀ ମା’ ବୁଢୀଜାଗୁଳାଇଙ୍କ ପୀଠସ୍ଥଳୀରେ ସ୍ୱର୍ଗତ ବାବା ଲିଙ୍ଗରାଜ ଦାସ ସାହେବଙ୍କ ପ୍ରେରଣା ଯୋଗୁଁ ୪୦ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ସିରିଡି ସାଇ ବାବାଙ୍କ ଚଭାଡି ଶୋଭାଯାତ୍ରା ପାରମ୍ପରିକ ରୀତିନୀତି ସହ ଅନୁଷ୍ଠିତ ହୋଇଯାଇଛି । ଆଖପାଖ ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ଚିତ୍ରୋତ୍ପଳା ନଦୀରୁ ବିଧିବଦ୍ଧ ପୂଜା ସହ ଜଳ କଳସୀ ଧରି ବରହମପୁର, ଝାଡେଶ୍ୱରପୁର, ଗୋପୀନାଥପୁର, ନଇଁଗୁଆ, ଦାଉଦପୁର, ଆଦି ଅଞ୍ଚଳ ପରିକ୍ରମା କରିବା ପରେ ମା’ବୁଢୀଜାଗୁଳାଇ ମନ୍ଦିର ସମ୍ମୁଖରେ ଥିବା ଯଜ୍ଞ ବେଦୀ ନିକଟରେ କଳସୀକୁ ଅବସ୍ଥାପିତ କରାଇଥିଲେ । ପରେ ଅଙ୍କୁରାରୋପଣ, ଶ୍ରୀ ସାଇ ସତ୍ୟନାରାୟଣ ପୂଜା ଆଦି ଯଜ୍ଞ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସମଗ୍ର ଦୀପାଞ୍ଚଳ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ଶ୍ରଦ୍ଧାଳୁ ସାଇ କୃପା ଲାଭ କରିବା ସହ ମା’ ବୁଢୀଜାଗୁଳାଇଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ସଭାପତି ଦିନବନ୍ଧୁ ସାହୁ, ସମ୍ପାଦକ ସତ୍ୟଗୋପାଳ ବିଶୋଇ, ସୁବାସ ସାହୁ, ଧଡି ସେଠୀ, ଅନନ୍ତ ମିଶ୍ର, ଦେବେନ୍ଦ୍ର ନାଥ ସାହୁ, ମୀନକେତନ ଦାସ, ଭରତ ସାହୁ, ନୃସିଂହ ବିଶୋଇ, ରାଜଗୋପାଳ ବିଶୋଇ, ବିଜୟ ଗୋପାଳ ବିଶୋଇ, ରଞ୍ଜନ କୁମାର ମହାନ୍ତି, ଯୋଗେନ୍ଦ୍ର ମଲିକ, ନୃସିଂହ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।