ପାଚିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ସିଂହପୁର: ବିଞ୍ଝାରପୁର ବ୍ଲକ ଦାଣ୍ଡିସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପାଚିକା ଚାରୁଲତା ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାମ୍ପନ କରାଯାଇଛି । ସ୍କୁଲ ପରିସରରେ ପ୍ରଧାନଶିକ୍ଷକ ବିଶ୍ୱଜିତ ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସିଆରସିସି ଦେବେନ୍ଦ୍ର ନାୟକ, ଏସ୍ଏମ୍ସି ସଭ୍ୟ ଚଦ୍ର ଶେଖର ସାହୁ, ପ୍ରଣୀତା ପ୍ରିୟଦର୍ଶନୀ ବାରିକ, ଶିକ୍ଷୟିତ୍ରୀ ସ୍ମୃତିପ୍ରଭା ସାମଲ, କନିଷ୍ଠ ଶିକ୍ଷକ ଦେବାଶିଷ ସ୍ୱାଇଁ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପାଚିକା ଚାରୁଲତା ସାମଲଙ୍କୁ ମାନପତ୍ର, ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।