ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ
ବନ୍ତ: ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ସେବା ସମବାୟ ସମିତିର କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଚାଷୀମାନଙ୍କୁ ବଦନାମ କରି ଉଦେ୍ଦଶ୍ୟମୂଳକ ଭାବେ ସେମାନଙ୍କର କ୍ଷତି କରାଉଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଜି ବନ୍ତରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ ଆଣିଛନ୍ତି ଚାଷୀ । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ସରମରା ସେବା ସମବାୟ ସମିତି ଅଧୀନସ୍ତ ବାସିନ୍ଦା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସରମରା ସମିତିର ବିଭିନ୍ନ କାର୍ଯ୍ୟରେ ଉଦେ୍ଦଶ୍ୟମୂଳକ ହଇରାଣ ହରକତ କରୁଅଛନ୍ତି ଜୈନିକ ବ୍ୟକ୍ତି । ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଡାଇରେକ୍ଟର ବୋର୍ଡ ସଭ୍ୟା ଥିବା ବେଳେ ତାହାର ଫାଇଦା ନେଇ ସମିତିର ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହିତ ଖରିଫ ଓ ରବି ସମିତିର ଋଣ ନେବା ଠାରୁ ଆରମ୍ଭ କରି ବିହନ, ସାର,ବିଷ ବଣ୍ଟନକୁ ନେଇ ସମିତିକୁ ମିଥ୍ୟା ଉଦେ୍ଦଶ୍ୟରେ ଅପପ୍ରଚାର କରିବା କରିବା ସହ ସମ୍ପାଦକଙ୍କ ନାମରେ ମିଥ୍ୟା ଆରୋପ ଆଣିବା ଓ ଧାନ କିଣା ସମୟରେ ଦଲାଲି କରି ଚାଷୀ ମାନଙ୍କୁ ହଇରାଣ କରିବା ଜୈନିକ ବ୍ୟକ୍ତିଙ୍କ ମୁଖ୍ୟ ଉଦେ୍ଦଶ୍ୟ ବୋଲି ଅଭିଯୋଗରେ ଲେଖିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମିତିର ସଭାପତି ଗୋଲକ ବିହାରୀ ପାଗଳ, ନକୁଳ ଚରଣ ଜେନା, ହୃଷିକେଶ ମଲ୍ଲିକ, ସନାତନ ପାତ୍ର, ଶରତ ଚନ୍ଦ୍ର ରଣା, ରମାକାନ୍ତ ରାଉତ,ପ୍ରଫୁଲ୍ଲ ଜେନା, ରବୀନ୍ଦ୍ର ପାତ୍ର,ଖିରୋଦ ଜେନା, ନବକିଶୋର ନାୟକ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଛନ୍ତି ।